ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଓଡିଆ ଚଳଚ୍ଚିତ୍ର ପ୍ରଯୋଜନା କରିବେ ତିନି ଜଣ ପ୍ରମୁଖ ଅଭିନେତା । ଅଭିନୟରେ ଜଲବା ଦେଖେଇବା ପରେ ନିଜେ ପ୍ରଯୋଜନା କରି ଦର୍ଶକଙ୍କୁ ବାନ୍ଧି ରଖିବା ପାଇଁ ନିଆରା ପ୍ରୟାସ କରିଛନ୍ତି । ତେବେ ଏହି ତିନିସ ଜଣ ଅଭିନେତା ହେଲେ ସମରେଶ ରାଉତରାୟ,ସମ୍ବିତ ଆଚାର୍ଯ୍ୟ ଏବଂ ଦୁର୍ଗାକିଙ୍କର ଦାଶ(ବୁଲୁ) । ତିନି ଅଭିନେତା ମିଶି ଦୁଇଟି ଓଡିଆ ଚଳଚ୍ଚିତ୍ରର ପ୍ରଯୋଜନା କରିବେ । ଦୁଇ ଚଳଚ୍ଚିତ୍ରର ଶୀର୍ଷକ ରହିଛି ‘ଆୱାରା ଦିଲ’ ଏବଂ ‘ଟିକେ ଲଭ ଟିକେ ଟ୍ୱିଷ୍ଟ’ ।
ଏହି ଦୁଇଟି ଚଳଚ୍ଚିତ୍ରରେ ନାୟକ ସମ୍ବିତ ସାଜିବେ । ତେବେ ତାଙ୍କ ବିପକ୍ଷରେ ନାୟିକା ସାଜିବେ ପୁନମ ମିଶ୍ର । ଗୋଟିଏ ଚଳଚ୍ଚିତ୍ରରେ ସୁଧାକର ବସନ୍ତ ନିର୍ଦ୍ଦେଶନା ଦେବା ବେଳେ ଆଉ ଗୋଟେ କେ ମୂରଳୀକ୍ରିଷ୍ଣା ନିର୍ଦ୍ଦେଶନା ଭାର ସମ୍ଭାଳିବେ । ଓଲିଉଡର ବହୁ ନାମୀଦାମୀ କଳାକାରମାନେ ୨ଟି ଫିଲ୍ମରେ ଅଭିନୟ କରିବେ ବୋଲି ସୂଚନା ଦେଇଛନ୍ତି । ଏହି ୩ ଜଣ ଅଭିନେତା ଚଳଚ୍ଚିତ୍ର,ୱେବ ସିରିଜ,ଧାରାବାହିକ ଏବଂ ଅନଲାଇନରେ ମଧ୍ୟ ଭିଡିଓ କରିବା ପାଇଁ ଅଣ୍ଟା ଭିଡିଛନ୍ତି ।