ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ପୁଣି ମୁହାଁମୁହିଁ ପୁଲିସ ଓ ମାଓବାଦୀ । ମାଲକାନାଗିରି ସୀମାରେ ମାଓବାଦୀ ଚକ୍କର କାଟୁଥିବାର ଖବର ମିଳିବା ପରେ ଅଚାନକ ଅପରେସନ ଆରମ୍ଭ କରିଥିଲା ପୁଲିସ । ତେବେ ମିଳିଥିବା ସୂଚନାନୁସାରେ, ଏହି ଅପରେସନରେ ମୋଟ ୧୪ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।
ପୁଲିସ ଓ ସୁରକ୍ଷାକର୍ମୀଙ୍କ ମିଳିତ ସହଯୋଗରେ ଏହି ଅପରେସନ ଆରମ୍ଭ ହୋଇଥିଲା । ସେପଟେ ଘଟଣାସ୍ଥଳରୁ ୧୬ଟି ବନ୍ଧୁକ ସମେତ ବିପୁଳ ପରିମାଣର ବିଷ୍ଫୋରକ ସାମଗ୍ରୀ ଜବତ ହୋଇଥିବା ସୁକମା ଏସପି ଅଭିଷେକ ମୀନ ସୂଚନା ଦେଇଛନ୍ତି । ବର୍ତ୍ତମାନ ମଧ୍ୟ ଜଙ୍ଗଲରେ କୁମ୍ବିଂ ଅପରେସନ ଜାରି ରହିଥିବା ଜଣାପଡିଛି ।