ମୁମ୍ବାଇ ( ଏଟିଆର ବ୍ୟୁରୋ): ଦଙ୍ଗଲ ଗାର୍ଲ ଜାୟରା ୱସୀମ ଗତ ମାସରେ ବଲିଉଡକୁ ବାୟ ବାୟ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଯାହାକୁ ନେଇ ସେ ସୋସିଆଲ ମିଡିଆରେ ମଧ୍ୟ ଭାବପୂର୍ଣ୍ଣ ପୋଷ୍ଟ କରିଥିଲେ । ଏବଂ ବଲିଉଡ ଛାଡିବାର କାରଣ ମଧ୍ୟ ଦର୍ଶାଇଥିଲେ । ସେତେବେଳେ ସେ ପୋଷ୍ଟ କରି ଲେଖିଥିଲେ କି “ ମୁଁ ପାଞ୍ଚ ବର୍ଷ ତଳେ ଗୋଟିଏ ଏମିତି ନିଷ୍ପତ୍ତି ନେଇଥିଲି ଯାହା ମୋ ଜୀବନର ଗତିପଥକୁ ବଦଳାଇ ଦେଇଥିଲା । ମୁଁ ଏଠାରେ ଭଲରେ ମଧ୍ୟ ଅଛି । ମାତ୍ର ମୁଁ ଏଠାକାର ନୁହେଁ । ଧର୍ମ କାରଣରୁ ସେ ବଲିଉଡ ଛାଡୁଥିବା ନେଇ କହିଥିଲେ ।
ଯାହାକୁ ନେଇ ସେ ସମୟରେ ସୋଶାଲ ମିଡିଆରେ ଜାୟରାଙ୍କୁ ବହୁତ ସମାଲୋଚନାର ଶୀକାର ହେବାକୁ ପଡିଥିଲା । ଏମିତକିି ଧର୍ମର ନାଁ ନେବା ଏକ ବାହାନା । ନିଜ ପାଇଁ ସେ କଳାକାର ଜୀବନରୁ ବିଦାୟ ନେବାକୁ ଚାହୁଁଛନ୍ତି ବୋଲି ମଧ୍ୟ କହିଥିଲେ କିଛି ପ୍ରସଂଶକ । ବଲିଉଡରେ ମଧ୍ୟ କିଛି କଳାକାର ଏ ନେଇ ସେମାନଙ୍କ ପ୍ରତିକ୍ରିୟା ପ୍ରକାଶ କରିଥିଲେ । ସେହିଭଳି କିଛି ପ୍ରସଂଶକ ମଧ୍ୟ ଜାୟରାଙ୍କ ଏହି ନିଷ୍ପତ୍ତିକୁ ସମର୍ଥନ କରିଥିଲେ ।
ତେବେ ଏବେ ତାଙ୍କ ଇଷ୍ଟାଗ୍ରାମରେ ସେ ଆଉ ଏକ ପୋଷ୍ଟ କରିଛନ୍ତି । ସେ ଲେଖିଛନ୍ତି ଆପଣ ଯେଉଁ ଜୀବନ ଞ୍ଚିବାକୁ ଚାହୁଁଛନ୍ତି ତାହା ଆପଣଙ୍କୁ ମିଳୁଛି ତ ସେଥିପାଇଁ ନିଜ ଭିତରେ ଥିବା ଆତ୍ମାର ନାୟକକୁ ଏକା ଛାଡ ନାହିଁ । ଆପଣ ଯେମିତି ଦୁନିଆ ଚାହୁଛନ୍ତି ତାକୁ ଜିତିବାକୁ ପଡିବ । ସୂଚନାଯୋଗ୍ୟ ଦଙ୍ଗଲ ସିନେମାରେ ଅମିର ଖାଁଙ୍କ ସହିତ ଅଭିନୟ କରିଥିଲେ ।