ମୁମ୍ବାଇ (ଏଟିଆର ବ୍ୟୁରୋ): ବଲିଉଡର ଦିଗଜ ଅଭିନେତା ଅମରେସ ପୁରିଙ୍କ ନାତି ବର୍ଦ୍ଧନ ପୁରି ‘ୟହ ସାଲୀ ଆସିକୀ’ ଫିଲ୍ମ ଜରିଆରେ ବଲିଉଡ ଜଗତରେ ନିଜର ଫିଲ୍ମ କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି । ବର୍ଦ୍ଧନ ପୁରି ଏ ବାବଦରେ କହିଛନ୍ତି କି, ସେ ସିନେମା ବିଷୟରେ ସବୁ କିଛି ଜାଣିଛନ୍ତି ଓ ଅଭିନୟର କଳା ତାଙ୍କୁ ତାଙ୍କ ଜେଜେବାପା ଅମରେସ ପୁରିଙ୍କ ଠାରୁ ମିଳିଛି । ଅଭିନୟ ସମ୍ପର୍କରେ ଜେଜେବାପା ଯେଉଁସବୁ ଉପଦେଶ ଦେଇଥିଲେ ତାହା ତାଙ୍କ ପାଇଁ ବେଦର ଗାର ଅଟେ ଏବଂ ତାଙ୍କ ସାଙ୍ଗରେ ହୋଥିବା ସମସ୍ତ କଥା ବର୍ଦ୍ଧନ କେବେ ଭୁଲି ନାହାନ୍ତି କି କେବେ ଭୁଲିବେ ନାହିଁ ।
ବର୍ଦ୍ଧନ ପୁରି ଅଭିନେତା ଅମରେସ ପୁରିଙ୍କ କିଛି କଥା ମନେ ପକାଇ କହିଥିଲେ କି , ଜେଜେ କହୁଥିଲେ କି ସେ ରଙ୍ଗ ମଞ୍ଚରୁ ଫିଲ୍ମ ଦୁନିଆକୁ ଆସିଥିଲେ ଏବଂ କହୁଥିଲେ କି ଯେଉଁମାନେ ଏହି ଥିଏଟରରୁ ଫିଲ୍ମକୁ ଆସିଥାନ୍ତି ସେମାନେ ପରେ ଥିଏଟରକୁ ଭୁଲିଯାଇଥାଆନ୍ତି । ଯାହା କି କେବେ ବି ହେବା କଥା ନୁହେଁ । ବର୍ଦ୍ଧନ ଆହୁରୀ ମଧ୍ୟ କହିଛନ୍ତି କି ଆମ ପରିବାରର ସମସ୍ତ ସଦସ୍ୟ ଥିଏଟର ସହ ଜଡିତ । ଏଠାରେ ଅନେକ କିଛି ଶିଖିବାକୁ ମିଳିଥାଏ । ଏହି ସବୁ କଥା ସେ ‘ୟହ ସାଲୀ ଆସିକୀ’ ଫିଲ୍ମର ଟ୍ରେଲର ରିଲିଜ ସମୟରେ କହିଛନ୍ତି । ଫିଲ୍ମଟି ରୋମାଣ୍ଟିକ ଆକ୍ସନ ଥ୍ରିଲର ରେ ଭରପୁର ଥିବା ଟ୍ରେଲରେ ଦେଖିବାକୁ ମିଳିଛି । ଏହି ଫିଲ୍ମଟି ୨୨ନଭେମ୍ବରରେ ରିଲିଜ ହେବାକୁ ଯାଉଛି । ଏହି ଫିଲ୍ମରେ ବର୍ଦ୍ଧନଙ୍କ ହିରୋଇନ ଭାବେ ଶ୍ରୀଭାଲିକା ୱବରୋଏ । ଫିଲ୍ମଟିକୁ ଜୟନ୍ତିଲାଲା ଗଡାଙ୍କ ପ୍ରଡକ୍ସନ ହାଉସ ପେନ ଇଣ୍ଡିଆ ଲିମିଟେଡ ନିର୍ମିତ କରିଛନ୍ତି ।