ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ବଲିଉଡର ଭେଟେରିଆନ ଅଭିନେତା ଅମରିଶ୍ ପୁରୀଙ୍କ ଆଜି ହେଉଛି ଜନ୍ମ ଦିବସ । ଯଦିଓ ଆଜି ସେ ଏଇ ଦୁନିଆରେ ନାହାଁନ୍ତି ତଥାପି ତାଙ୍କର ବରିଷ୍ଟ ଅଭିନୟ ପାଇଁ ଆଜି ଅମରିଶ୍ ସମସ୍ତଙ୍କ ହୃଦୟରେ ରହି ଯାଇଛନ୍ତି । ଆଜି ତାଙ୍କର ଜନ୍ମଦିନ ଅବସରରେ ଗୁଗୁଲ ମଧ୍ୟ ତାଙ୍କୁ ଶୁଭେଛା ଜଣାଇଛି । ଗୁଗୁଲରେ ଆଜି ଗୋଟିଏ ଓ ଥିବା ବେଳେ ଅନ୍ୟଟି ଅମରିଶଙ୍କ ଫଟୋ ରହିଛି । ତେବେ ଏଥିରୁ ସ୍ପଷ୍ଟ ବାରି ହେଉଛି ଆଜି ବି ସମସ୍ତଙ୍କ ମନରେ ରହିଛନ୍ତି ଏହି ଭେଟେରିଆର ଅଭିନେତା ।
୧୯୩୨ ମସିହା ଜୁନ ୨୨ରେ ପାକିସ୍ତାନର ଳାହୋରରେ ଜନ୍ମ ଗ୍ରହଣ କରିଥିଲେ ଅମରିଶ୍ ପୁରୀ । କିନ୍ତୁ ୨୦୦୫ ମସିହାରେ ସେ ଆରପାରିକୁ ଚାଲି ଯାଇଥିଲେ । ୧୯୬୭ରୁ ୨୦୦୫ ମସିହା ପର୍ଯ୍ୟନ୍ତ ସେ ଅଭିନୟ କରି ଆସୁଥିଲେ । ୪୦୦ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି ଅମରିଶ୍ । ହଲିଉଡ ଫିଲ୍ମରେ ମଧ୍ୟ ନିଜର ଛପା ଛାଡି ଚାଲି ଯାଇଛନ୍ତି । ଆଜି ମଧ୍ୟ ଅମରିଶଙ୍କୁ ବଡ ବଡ କଳାକାର ଗୁରୁ ବୋଲି ମାନୁଛନ୍ତି ।
ହିରୋ ହେବା ପାଇଁ ବଲିଉଡକୁ ଆସିଥିଲେ ଅମରିଶ୍ କିନ୍ତୁ ସମୟ ତାଙ୍କୁ ଭିଲେନ ବନାଇ ଦେଲା । ତେବେ ସେ ଏଭଳି ଜଣେ ଭେଟେରିଆନ ଆକ୍ଟର ଯିଏକି ସବୁ ରୋଲ ନିଭାଇଛନ୍ତି । ଏବଂ ତାଙ୍କର ବହୁ ଡାଇଲଗ ଆଜି ମଧ୍ୟ ସମସ୍ତେ ଗୁଣୁଗୁଣାଉଛନ୍ତି । ୧୯୮୭ରେ ‘ମିଷ୍ଟର ଇଣ୍ଡିଆ’ ଫିଲ୍କରେ ଅମରିଶ ପୁରୀଙ୍କ ଡାଏଲଗ୍କୁ ଦର୍ଶକ କେବେ ଭୁଲିପାରିବେ ନାହିଁ । ଆଜି ବି ‘ମୁକାମ୍ବୋ ଖୁସ୍ ହୁଆ’ ଡାଏଲଗ୍ ଓଠକୁ ଆସିଯାଏ ।