ମୁମ୍ବାଇ (ଏଟିଆର ବ୍ୟୁରୋ ) ; ଜସଲିନଙ୍କ କନ୍ୟାଦାନ କରିବେ ଅନୁପ ଜଲୋଟା । ଭଜନ ସମ୍ରାଟ ଅନୁପ ଜଲୋଟା ବିଗ ବସ ସିଜିନ ୧୨ ରୁ ବାହାରିବା ପରେ ଦେଇଛନ୍ତି କିଛି ଏପରି ବୟାନ । ବିଗବସରୁ ହାରିବା ପରେ ଅନୁପ ସିଧା ଯାଇ ଭେଟିଛନ୍ତି ନିଜ ବନ୍ଧୁ ତଥା ଜସଲିନଙ୍କ ପିତାଙ୍କୁ । ଝିଅ ଜସଲିନଙ୍କ ବିବାହ ବେଳେ ତାର କନ୍ୟାଦାନ କରିବା ପାଇଁ ଜସଲିନଙ୍କ ପିତାଙ୍କୁ କହିଛନ୍ତି ଅନୁପ । ତେବେ ଅନୁପ ମୁଖରୁ ଏପରି ଶୁଣି ବେଶ ଖୁସି ହୋଇ ପଡିଛନ୍ତି ଜସଲିନଙ୍କ ପିତା ।
ସେପଟେ ବିଗବସରୁ ଫେରିବା ପରେ ନିଜ ସହ ଜସଲିନଙ୍କ ସମ୍ପର୍କକୁ ନେଇ ମୁହଁ ଖୋଲିଛନ୍ତି ଖୋଦ ଭଜନ ସମ୍ରାଟ । ଜସଲିନ ତାଙ୍କ ପ୍ରେମିକା ନୁହନ୍ତି ବୋଲି ଅନୁପ କହିଛନ୍ତି । ଲୋକମାନେ ଆମ ଭିତରେ ଥିବା ସମ୍ପର୍କକୁ ବୁଝିପାରିବେ ନାହିଁ ଓ ଏହାଛଡା ଆମ ମଧ୍ୟରେ କୌଣସି ପ୍ରେମ ନଥିବା ସେ କହିଛନ୍ତି । ଏହାସହ ଆମ ଦୁଇଜଣଙ୍କ ଭିତରେ କେବଳ ମ୍ୟୁଜିକାଲ ରିଲେସନ ସେୟାର ହୋଇଥିବା ସେ ଜଣାଇଛନ୍ତି ।
ଜସଲିନ ମୋ ଶିଷ୍ୟା ଓ ମୁ ତାଙ୍କର ଗୁରୁ । ସଙ୍ଗୀତ ସାଧନାରେ ତାଙ୍କୁ ମୁ ସାହାର୍ଯ୍ୟ କରିଛି । ଆମ ମଧ୍ୟରେ ପ୍ରେମ ସମ୍ପର୍କ ଅବା କୌଣସି ପ୍ରକାରର ଶାରୀରିକ ସମ୍ପର୍କ ନ ଥିବା ଭଜନ ସମ୍ରାଟ ଅନୁପ ଜଲୋଟା ଜଣାଇଛନ୍ତି । ତେବେ ଜସଲିନଙ୍କୁ ନିଜ ଝିଅ ଭଳି ବିଭାଘରରେ କନ୍ୟାଦାନ କରିବେ ବୋଲି ସେ ଜସଲିନଙ୍କ ବାପାଙ୍କୁ ଜଣାଇସାରିଛନ୍ତି ।