ମୁମ୍ବାଇ (ଏଟିଆର ବ୍ୟୁରୋ): ଭାରତ କରୋନା ମହାମାରୀର କବଳରେ ଧୀରେ ଧୀରେ ବସିବୁତ ହେବାକୁ ଲାଗିଛି । ମହାମାରୀର ପ୍ରଭାବରେ ପ୍ରତିଦିନ ହଜାର ହଜାର ସଂଖ୍ୟାକ ଲୋକ ଆକ୍ରାନ୍ତ ହେଉଛନ୍ତି । ବଡ ଲୋକ ଠାରୁ ଆରମ୍ଭ କରି ଝାଟିମାଟି ଘରେ ରହୁଥିବା ଲୋକ ମହାମାରୀରେ କାହାକୁ ବି ଛାଡୁନାହିଁ । ଗତକିଛି ଦିନ ତଳେ ବିଗ ବି ଅଭିତାଭ ବଚ୍ଚନ ଓ ତାକଙ୍କ ପୁରା ପରିବାର ଏହି କରୋନା ମହାମାରୀରେ ଆକ୍ରାନ୍ତ ହୋଇଥିଲେ । କେବଳ ଅମିତାଭ କାହାକିଁ ଅନେକ ସିନେ କଳାକାର ଏହି ମହାମାରୀର ଶିକାର ହୋଇଛନ୍ତି । ତେବେ ଆଜି ବଲିଉଡ ଅଭିନେତା ଅର୍ଜୁନ କପୁର କରୋନା ପଜେଟିଭ ଚିହ୍ନଟ ହୋଇଥିବା କଥା ସୂଚନା ଦେଇଛନ୍ତି ।
ସେ ଏନେଇ ନିଜେ ଅର୍ଜୁନ ସୋସିଆଲ ମିଡିଆ ମାଧ୍ୟମରେ ପ୍ରସଂଶକ ମାନଙ୍କୁ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ଯେ, ସେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେ ସୁସ୍ଥ ଅନୁଭୂତ କରୁଛନ୍ତି । ଡାକ୍ତରଙ୍କ ପରାମର୍ଶରେ ସେ ନିଜକୁ ହୋମ କ୍ଵାରେଣ୍ଟାଇନ କରିଛନ୍ତି । ତାଙ୍କୁ ସପୋର୍ଟ କରିଥିବାରୁ ସେ ସମସ୍ତଙ୍କୁ ଆଗୁଆ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି । ତେବେ ନିଜ ସ୍ୱାସ୍ଥ୍ୟ ସମ୍ବନ୍ଧରେ ସେ ଆଗକୁ ସୂଚନା ଦେବେ ବୋଲି କହିଛନ୍ତି ।