ମୁମ୍ବାଇ (ଏଟିଆର ବ୍ୟୁରୋ): ଟିଭି ପରଦାର ଏଭଳି ଏକ ରିଆଲିଟି ଶୋ’ ହେଉଛି ‘ବିଗ୍ ବସ’ । ଏହି ଶୋ’ରେ ଭାଗନେବା ପାଇଁ ଯେକୌଣସି ସଦସ୍ୟ ଆସିଥାନ୍ତି, ସେ ସାଧାରଣ ଜନତା ହେଉଥାନ୍ତୁ ବା କୌଣସି ସେଲିବ୍ରିଟି । ସେମାନେ ଏହି ଶୋ’ରେ କିଛି ଦିନ ରହି ବାହାରକୁ ଗଲା ପରେ ସେ ପୂରା ସେଲିବ୍ରିଟି ହୋଇ ଯାଇଥାନ୍ତି । ସେମାନେ ନିଜକୁ ଫିଟ୍ ରଖିବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରିଥାନ୍ତି । ଜିମ୍ ଯିବା ସହିତ ସେମାନେ ବେଳେ ବେଳେ ଡାକ୍ତରଙ୍କ ପରାମର୍ଶ ମଧ୍ୟ ନେଇଥାନ୍ତି ।
ସେମାନେଙ୍କୁ ଦେଖିଲା ପରେ ବିଲକୁଲ ଚିହ୍ନ ହୋଇ ନଥାଏ । କାରଣ ସେମାନେ ଶୋ’ କୁ ଆସିଲା ବେଳେ ଯେଉଁ ଭଳି ଦେଖା ଯାଇଥାନ୍ତି । ଶୋ’ରୁ ବାହାରକୁ ଗଲା ପରେ ବିଲକୁଲ ବଦଳି ଯାଇଥାନ୍ତି । ଯାହାକୁ ଚିହ୍ନିବା ମୁଶକିଲ ହୋଇପଡେ । ଏବେ ‘ବିଗ୍ ବସ-୧୦’ର ଲୋକେଶ କୁମାରୀଙ୍କୁ ହିଁ ଦେଖନ୍ତୁ । ଯେତେବେଳେ ‘ବିଗ୍ ବସ’କୁ ସେ ଆସିଥିଲେ ସେତେବେଳେ ସମ୍ପୂର୍ଣ୍ଣ ଶ୍ୟାମଳ ରଙ୍ଗର ଥିଲେ । କିନ୍ତୁ କେଜାଣି ହଠାତ୍ କି ଯାଦୁ କଲେ ଯେ ତାଙ୍କର ତ୍ୱଚାର ରଙ୍ଗ ପରିବର୍ତ୍ତନ ହେବା ସହିତ ତ୍ୱାଚା ଚମକି ଉଠିଲା । ଦିଲ୍ଲୀରେ ରହୁଥିବା ଲୋକେଶ ଏହି ରିଆଲିଟି ଶୋ’ କୁ ଏକ ସାଧାରଣ ଜନତା ଭାବରେ ଆସିଥିଲେ । ହୁଏତ ଘରୁ ବାହାରକୁ ଆସିଲା ପରେ ସେ ନିଜ ତ୍ୱଚା ପାଇଁ ବହୁତ କିଛି କରିଛନ୍ତି । ଯେଉଁଥି ପାଇଁ ସେ ଖୁବ୍ ସୁନ୍ଦର ଦେଖା ଯିବା ସହିତ ତାଙ୍କର ଏହି ସୌନ୍ଦର୍ଯ୍ୟତାର ରାଜ ପାଇଁ ଚାରିଆଡେ ଚର୍ଚ୍ଚା ହେଉଛି ।