ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଉ ମାତ୍ର କେଇ ଘଣ୍ଟା ପରେ ସ୍ମୃତି ହୋଇଯିବ ବର୍ଷ ୨୦୧୮ । କିନ୍ତୁ ସବୁଦିନ ପାଇଁ ମନେ ରହିବ ଅନେକ କିଛି ଅଲିଭା ଘଟଣା । ବଲିଉଡରୁ ଓଲିଉଡ ସବୁଠି ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଅନେକ ଲୋକପ୍ରିୟ କଳାକାର । ଯାହାଙ୍କୁ ନେଇ ଢେର ଦିନ ପର୍ଯ୍ୟନ୍ତ ଚର୍ଚ୍ଚାରେ ରହିଥିଲା ଇଣ୍ଡଷ୍ଟ୍ରି । କମେଡିଆନଙ୍କଠୁ ନେଇ କଣ୍ଠଶିଳ୍ପୀ ଯାଏଁ ଅନେକଙ୍କୁ ଏହି ବର୍ଷ ଭେଟି ଦେଇଛି ସେମାନଙ୍କ ଜୀବନସାଥୀ । ଚାଲନ୍ତୁ ନଜର ପକାଇବା ସେହି ବହୁ ଚର୍ଚ୍ଚିତ ଯୋଡି ଉପରେ..
ସୋନମଙ୍କ ସାତ ଜନ୍ମର ସାଥୀ ହେଲେ ଆନନ୍ଦ:
୨୦୧୮ର ସବୁଠାରୁ ସାନଦାର ବାହାଘର ଥିଲା ଅଭିନେତ୍ରୀ ସୋନମ କପୁର ଏବଂ ଆନନ୍ଦ ଆହୁଜାଙ୍କର । ବିଜନେସମ୍ୟାନ ଆନନ୍ଦ ଆହୁଜାଙ୍କୁ ତାଙ୍କ ସାତଜନ୍ମର ସାଥୀ କରିଥିଲେ ସୋନମ । ମେ ମାସ ୮ ତାରିଖରେ ଶୀଖ୍ ରୀତି ନୀତିରେ ବାହାଘର ସମ୍ପନ୍ନ ହୋଇଥିଲା ।
ନେହାଙ୍କ ସିକ୍ରେଟ୍ ମ୍ୟାରେଜ୍:
ଏବର୍ଷର ସିକ୍ରେଟ୍ ମ୍ୟାରେଜ୍ ଥିଲା ଅଭିନେତ୍ରୀ ନେହା ଧୂପିଆ ଏବଂ ଅଙ୍ଗଦ ବେଦୀଙ୍କର । ଦୁହେଁ ମେ ମାସ ୧୦ ତାରିଖରେ ଲୁଚା ଛପାରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । କାହାରି ପାଖରେ ଏନେଇ କୌଣସି ଖବର ନଥିଲା । କିନ୍ତୁ ଉଭୟ ତାଙ୍କ ସୋସିଆଲ ମିଡିଆରେ ବାହାଘର ଫଟୋ ସେୟାର କରି ଫ୍ୟାନ୍ସମାନଙ୍କୁ ଚକତି କରି ଦେଇଥିଲେ ।
ବାହାହେଲେ ଦୀପଭୀର୍:
ବର୍ଷ ୨୦୧୮ ରେ ଦୀପିକା ପାଦୁକୋନ୍ ଏବଂ ରଣବୀର ସିଂ ବାହାଘର ବନ୍ଧନରେ ବାନ୍ଧି ହୋଇଛନ୍ତି । ଦୁହିଁଙ୍କ ବାହାଘର ଖୁବ୍ ଚର୍ଚ୍ଚିତ ଥିଲା । ଇଟାଲୀର ‘ଲେକ୍ କୋମୋ’ଠାରେ ଦୁଇଟି ରୀତି ନିତୀ ଅନୁଯାୟୀ ବାହାଘର ସମ୍ପନ୍ନ ହୋଇଥିଲା । ସବୁଠୁ ବଡ କଥା ଏହି ବାହାଘରରେ ମୋବାଇଲ ଏବଂ କ୍ୟାମେରା ନିଷେଧ ଥିଲା ।
ହାତକୁ ଦି’ହାତ ହୋଇଛନ୍ତି ପିସି-ନିକ୍:
ଦୀର୍ଘ ଦିନ ଧରି ହେଉଥିବା ଚର୍ଚ୍ଚାର ଅନ୍ତଘଟାଇ ଶେଷରେ ଏବର୍ଷ ହାତକୁ ଦି’ହାତ ହୋଇଛନ୍ତି ପିସି-ନିକ୍ । ବିଦେଶୀ ବୟ ନିକ୍ ଜୋନସ ଏବଂ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ଏହି ବାହାଘର ଖୁବ୍ ଆକର୍ଷଣୀୟ ଥିଲା । ରଜସ୍ଥାନର ଯୋଧପୁର ଉମଦ୍ ଭବନରେ ବାହାଘର ସମ୍ପନ୍ନ ହୋଇଥିଲା ।
ବିବାହ ବନ୍ଧନରେ କମେଡି କିଙ୍ଗ୍ :
ଟେଲିଭିଜନ୍ ର କମେଡି କିଙ୍ଗ୍ କପିଲ ଶର୍ମା ତାଙ୍କ ଗର୍ଲଫ୍ରେଣ୍ଡ ଗିନିଚତରଥଙ୍କୁ ସାତ ଜନ୍ମର ସାଥୀ କରିଛନ୍ତି । ପଞ୍ଜାବୀ ରୀତି ନୀତି ରେ ଦୁହିଁଙ୍କ ବାହାଘର ଶେଷ ହୋଇଥିଲା । ଏହି ବାହାଘରରେ ବଲିଉଡର ଅନେକ ନାମୀ ଦାମୀ କଳାକାର ସାମିଲ ଥିଲେ ।
ପୂଜାହାରୀ ଘରର ବୋହୂ ହେଲେ କଣ୍ଠଶିଳ୍ପୀ ତପୁ ମିଶ୍ର
ଓଲିଉଡ ଇଣ୍ଡଷ୍ଟ୍ରିରେ ଏବର୍ଷର ଶେଷ ବାହାଘର ଥିଲା କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କର । ବୈଦିକ ରୀତି ନୀତି ଅନୁଯାୟୀ ଦୀପକ ପୂଜାହାରୀଙ୍କୁ ନିଜର ସାଥ ଜନ୍ମର ସାଥୀ କରିଛନ୍ତି ତପୁ । ଡିସେମ୍ବର ୧୨ ରେ ହୋଟେଲ ପାର୍ଲହାଇଟରେ ଦୁହିଁଙ୍କ ବାହାଘର ଖୁବ୍ ଧୁମ୍ ଧାମ୍ ରେ ହୋଇଥିଲା । ଏଥିରେ ଓଲିଉଡର କାଳାକାରମାନେ ସାମିଲ ଥିଲେ ।