ମୁମ୍ବାଇ(ଏଟିଆର ବ୍ୟୁରୋ): ସାଉଥ ସିନେମାରେ ନିଜର ଜଲବା ଦେଖାଇବା ପରେ ଏବେ ବଲିଉଡରେ କମାଲ କରୁଛନ୍ତି ଅଭିନେତ୍ରୀ ତାପସୀ ପାନ୍ନୁ । ବଲିଉଡରେ ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମରେ ଅଭିନୟ କରିବାରେ ଲାଗିଛନ୍ତି ତପସୀ । ତାପସୀ ଜଣେ ଏମିତି ଅଭିନେତ୍ରୀ ଯିଏ ନିଜ ମନ କଥା ମୁହଁରେ କହିବାକୁ ପଛାଇ ନଥାନ୍ତି । ତେଣୁ ସେ ସର୍ବଦା ଚର୍ଚ୍ଚାରେ ରହନ୍ତି । ତେବେ ବର୍ତ୍ତମାନ ତାପସୀ ତାଙ୍କ ଆଗମୀ ଫିଲ୍ମ ସାବାସ୍ ମିଟୁକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ।
ନିକଟରେ ସାବାସ୍ ମିଟୁର ଫାଷ୍ଟ ଲୁକ୍ ରିଲିଜ ହୋଇଛି । ଯାହାକୁ ତାପସୀ ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହା ସହ ସେ ଲେଖିଛନ୍ତି ଯେ, ସବୁବେଳେ ତାଙ୍କୁ ପଚରାଯାଏ ତାଙ୍କ ପସନ୍ଦର ପୁରୁଷ କ୍ରିକେଟର କିଏ । ହେଲେ କେବେ କେହି ତାଙ୍କ ମହିଳା ପ୍ରିୟ କ୍ରିକେଟରଙ୍କ ବିଷୟରେ ପଚାରନ୍ତି ନାହିଁ । ସୂଚନା ଯେଗ୍ୟ ସାବାସ୍ ମିଟୁ ଫିଲ୍ମଟି ଭାରତୀୟ ପୂର୍ବତନ ମହିଳା କ୍ରିକେଟର ଅଧିନାୟକ ମିତାଲି ରାଜ୍ ଙ୍କ ଜୀବନ କାହାଣୀକୁ ନେଇ ନିର୍ମିତ ହେବାକୁ ଯାଉଛି ।
ତେବେ ଏହାର ଫାଷ୍ଟ ଲୁକ୍ ରେ ତାପସୀ ଭାରତୀୟ କ୍ରିକେଟର ଟିମର ଜର୍ସି ପନ୍ଧିବା ସହ ମୁଣ୍ଡରେ ଗୋଲ ଟୋପି ପିନ୍ଧି ହାତରେ ବ୍ୟାଟ୍ ଧରି ଥିବାର ଲୁକରେ ନଜର ଆସିଛନ୍ତି । ଏହି ଫିଲ୍ମଟିକୁ ନିର୍ଦ୍ଦେଶନା ଦେଉଛନ୍ତି ରାହୁଲ ଢୋଲକିଆ । ଆସନ୍ତା ବର୍ଷ ଫେବୃଆରୀ ୫ ତାରିଖରେ ଏହି ଫିଲ୍ମକୁ ବଡ ପରଦାରେ ଦେଖିବାକୁ ମିଳିବ । ତେବେ ତାପସୀଙ୍କୁ ମିତାଲିଙ୍କ ଭୂମିକାରେ ଦେଖିବାକୁ ଦର୍ଶକ ଖୁବ୍ ଉତ୍ସାହିତ ଅଛନ୍ତି ।
“I have always been asked who’s your favourite male cricketer but you should ask them who their favourite female cricketer is.” The statement that made every cricket lover pause n introspect that do they love the game or the gender playing it.@M_Raj03 you are a ‘Game Changer’ pic.twitter.com/2VlxYpXmSM
— taapsee pannu (@taapsee) January 29, 2020