ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ନିକଟରେ ରିଲିଜ ହୋଇଯାଇଛି ବରୁଣ ଧୱନ ଓ କ୍ରିତି ସେନନଙ୍କ ବହୁପ୍ରତିକ୍ଷିତ ଫିଲ୍ମ ‘ଭେଡିୟା’ । ଫିଲ୍ମଟିକୁ ଦର୍ଶକଙ୍କ ପକ୍ଷରୁ ଭଲ ପ୍ରତିକ୍ରିୟା ମିଳିଛି ।
ଯଦି ଫିଲ୍ମର ଆୟ କଥା କହିବା ତେବେ ପ୍ରଥମ ଦିନରେ ୭.୪୭ କୋଟି ଆୟ କରିଥିଲା । ସେହିପରି ଦ୍ୱିତୀୟ ଏବଂ ତୃତୀୟ ଦିନରେ ଭେଡିୟାର ଆୟ ରେ ବୃଦ୍ଧି ହୋଇ ୯.୫୭ ଏବଂ ୧୧.୫ କୋଟି ଆୟ ହୋଇଥିଲା । କିନ୍ତୁ ଚତୁର୍ଥ ଦିନରୁ ଫିଲ୍ମର ଆୟରେ ହ୍ରାସ ଘଟିବା ସହ ୩.୮୫ ଆୟ କରିଥିଲା ଏବଂ ପଞ୍ଚମ ଦିନ ୩.୫୦ ଆୟ କରିଛି । ଏହାପରେ ମୋଟ ଆୟ ୩୬.୯୦ କୋଟିରେ ପହଁଚିଛି ।