ମୁମ୍ବାଇ (ଏଟିଆର ବ୍ୟୁରୋ): ଆଜି ହେଉଛି ବଲିଉଡର ଡ୍ରିମଗର୍ଲ ହେମାମାଳିନୀଙ୍କ ଜନ୍ମଦିବସ । ୭୦ ବର୍ଷ ବୟସରେ ପାଦ ଥାପିଲେ ହେମା । ବଲିଉଡର ଖୁବ୍ ଜଣା ଶୁଣା ଅଭିନେତ୍ରୀ ମାନଙ୍କ ମଧ୍ୟରୁ ହେମା ହେଉଛନ୍ତି ଜଣେ ଯିଏ କି ଏବେ ବି ତାଙ୍କ ସୁନ୍ଦରତାକୁ ବଳବତ୍ତର ରଖିବା ସହ ନିଜକୁ ଫିଟ୍ ରଖିଛନ୍ତି । ଆଜିକାଲିର ଯୁବତୀଙ୍କୁ ବି ପଛରେ ପକେଇ ଦେବ ତାଙ୍କ ଫିଟନେସ୍ ।
ଅଭିନେତ୍ରୀ ହେମାମାଳିନୀଙ୍କ ଯାଦୁ କେବଳ ଅଭିନୟରେ ସୀମିତ ହୋଇନାହିଁ । ବରଂ ତାଙ୍କର ରାଜନିତୀରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହାସହିତ ସେ ଜଣେ କଥକ ଏବଂ ଭାରତନାଟ୍ୟମ ନୃତ୍ୟଶିଳ୍ପୀ ଭାବରେ ବେଶ୍ ଜଣା ଶୁଣା । ପିଲାଦିନୁ ନୃତ୍ୟ ପ୍ରତି ହେମାଙ୍କ ବିଲକୁଲ୍ ଇଛା ନଥିଲେ ମଧ୍ୟ ମା’ଙ୍କ ଇଛା ପାଇଁ ସେ ନୃତ୍ୟରେ ବେଶ୍ ସଫଳତା ହାସଲ କରିଛନ୍ତି ।
ହେମା ନିଜ ଅଭିନୟରେ ଦର୍ଶକଙ୍କୁ ଏଭଳି ଦିୱାନା କରିଛନ୍ତି ଯେ,ଆଜି ବି ଦର୍ଶକ ହେମାଙ୍କୁ ପରଦାରେ ଦେଖିବାକୁ ଚାହୁଁଛନ୍ତି । ବର୍ତ୍ତମାନ ସେ ଉତ୍ତରପ୍ରଦେଶ ମଥୁରାର ସାଂସଦ ଭାବେ ନିଜର କାର୍ଯ୍ୟ ଭାର ତୁଲାଉଛନ୍ତି ।