ମୁମ୍ବାଇ (ଏଟିଆର ବ୍ୟୁରୋ): ବଲିଉଡ ଅଭିନେତ୍ରୀ ତଥା ରିଆଲିଟି ସୋ’ର ଜଜ୍ ନେହା ଧୂପିଆ ଦ୍ୱିତୀୟ ଥର ପାଇଁ ମା ହୋଇଛନ୍ତି । ନେହା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି । ଏହି ଖୁସୀ ଖବର ନେହାଙ୍କ ପତି ଅଙ୍ଗଦ ବେଦୀ ତାଙ୍କ ଫ୍ୟାନ୍ସ ମାନଙ୍କ ଦେଇଛନ୍ତି ।
ଅଙ୍ଗଦ ବେଦି ଇଂଷ୍ଟାଗ୍ରାମରେ ଏକ ପୋଷ୍ଟ ଲେଖି ଏନେଇ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ,ସର୍ବଶକ୍ତିମାନ୍ ଆଜି ଆମକୁ ଏକ ଶିଶୁ ସହିତ ଆଶୀର୍ବାଦ କରିଛନ୍ତି । ଉଭୟ ନେହା ଏବଂ ଶିଶୁପୁତ୍ର ଭଲ ଅଛନ୍ତି। ଆସିଛି ବେଦୀ ବୟ ।
ଏହାସହିତ ଅଙ୍ଗଦବେଦୀ ନେହାଙ୍କ ସହିତ ଏକ ସୁନ୍ଦର ଫଟୋ ସେୟାର କରିଛନ୍ତି । ଯେଉଁଥିରେ ନେହା ବେବି ବମ୍ପ ଦେଖାଉ ଥିବାର ନଜର ଆସୁଛନ୍ତି ।