ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଏବେ ବଲିଉଡରେ ପସିଛି କରୋନା । ପ୍ରଥମେ ବିଗ୍ ବି ଅମିତାଭ ବଚ୍ଚନ ଏବଂ ତାଙ୍କ ପୁତ୍ର ଅଭିଶେକ ବଚ୍ଚନଙ୍କ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏବେ ଅନୁମପ ଖେରଙ୍କ ପରିବାରକୁ କରୋନା ଛୁଇଁଥିବା ଜାଣିବାକୁ ମିଳୁଛି । ଏନେଇ ନିଜେପ ଅନୁପମ୍ ଖେର୍ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ।
ଅନୁପମ ଖେର୍ ଟ୍ୱିଟରରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଏହି ଭିଡିରେ ସେ କହିଛନ୍ତି କି ତାଙ୍କ ମା’ ଏବଂ ତାଙ୍କ ଭାଇ କରୋନା ସଂକ୍ରମିତ ହୋଇଛନ୍ତି । କିଛି ଦିନ ହେବ ତାଙ୍କ ତାଙ୍କ ମା’ଙ୍କ ସ୍ୱାସ୍ଥ୍ୟ ଖରାପ ଥିଲା । ତାଙ୍କୁ ଭୋକ ଲାଗୁନଥିଲା ଖାଲି ସେ ଶୋଉଥିଲେ ।
ସେ ଆହୁରୀ ମଧ୍ୟ କହିଛନ୍ତି କି, ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ତାଙ୍କ ମା’ଙ୍କର ରକ୍ତ ପରୀକ୍ଷା କରିଥିଲେ, ଯେଉଁଥିରେ ସବୁ କିଛି ଠିକ୍ ବାହାରିଥିଲା । କିନ୍ତୁ ପରେ ସ୍କାନ କରିବା ପରେ ସାମାନ୍ୟ କୋଭିଡ୧୯ ଲକ୍ଷଣ ସାମ୍ନାକୁ ଆସିଥିଲା । ଏହାପରେ ଅନୁପମ ଏବଂ ତାଙ୍କ ଭାଇ ରାଜୁ ବି କରୋନ ଟେଷ୍ଟ କରାଇଥିଲେ ।
ଏହାପରେ ଅନୁପମ୍ ଙ୍କ ରିପୋର୍ଟ ନେଗେଟିଭ୍ ଆସଥିବା ବେଳେ ତାଙ୍କ ଭାଇଙ୍କର ପଜିଟିଭ୍ ଆସିଥିଲା । ଏହାପରେ ପୁରା ପରିବାରର କରୋନା ଟେଷ୍ଟ କରାଯାଇଥିଲା । ଏଥିରେ ତାଙ୍କ ଭାଇଙ୍କର ପତ୍ନୀ, ଝିଆରୀଙ୍କର ପଜିଟିଭ୍ ବାହାରିଛି ।