ମୁମ୍ବାଇ(ଏଟିଆର ବ୍ୟୁରୋ):ବିବାହ ପରେ ସବୁ ଦମ୍ପତିଙ୍କ ଇଛା ଦୁହେଁ ଦୁହିଁଙ୍କ ସହ ସମୟ ବିତାଇବେ । ସେଥିପାଇଁ ଅନେକ ନବ ଦମ୍ପତି ବିଭିନ୍ନ ସ୍ଥାନ ଭ୍ରମଣ କରିବା ପାଇଁ ତଥା ହନିମୁନରେ ଯାଇଥାନ୍ତି । କିନ୍ତୁ ନିକଟରେ ବଲିଉଡର ଏକ ଯୋଡି ତାଙ୍କ ହନିମୁନ ପୂର୍ବରୁ ଏଭଳି ଏକ ସଚେତନତା କାର୍ଯ୍ୟ କରିଛନ୍ତି । ଯେଉଁଥି ପାଇଁ ସୋସିଆଲ ମିଡିଆରେ ତାଙ୍କ ଫଟୋ ଖୁବ୍ ଚର୍ଚ୍ଚା ହେଉଛି ।
ଆଜ୍ଞା ହଁ,ନିକଟରେ ବଲିଉଡ ଅଭିନେତା ମିଲିନ୍ଦ ସୋମନ ତାଙ୍କ ଠାରୁ ୨୫ ବର୍ଷ ସାନ ଏକ ସୁପର ମଡେଲଙ୍କୁ ବିବାହ କରିଥିଲେ । ମିଲିନ୍ଦ,ବିବାହର ସମସ୍ତ ରସମ ତଥା ମେହେନ୍ଦୀ, ହଳଦୀ,ସଂଗୀତ ଆଦିର ଫଟୋ ଏବଂ ଭିଡିଓ ତାଙ୍କ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଥିଲେ ।କିନ୍ତୁ ବର୍ତ୍ତମାନ ଏକ ଫଟୋ ସେୟାର କରିଛନ୍ତି ଯେଉଁଥି ପାଇଁ ଚର୍ଚ୍ଚା ଖୁବ୍ ଯୋର ଧରିଛି ।
ମିଲିନ୍ଦ ଏବଂ ତାଙ୍କ ପତ୍ନୀ ଅଙ୍କିତା ଦୁହେଁ ପ୍ରାକୃତିକ ସୌନ୍ଦର୍ଯ୍ୟ ପ୍ରେମୀ । ତାଙ୍କର ଏହି ଫଟୋରେ ସେ ଦୁହେଁ ଗଛ ଲଗାଉ ଥିବାର ନଜର ଆସୁଛନ୍ତି । ଏହି ଫଟୋକୁ ପୋଷ୍ଟ କରି ମିଲିନ୍ଦ କ୍ୟାପସନ ଦେଇଛନ୍ତି ଯେ,ସେ ‘ଏହି ଗଛ ତାଙ୍କ ବିବାହରେ ଯୋଗ ଦେଇଥିବା ସମସ୍ତ ବନ୍ଧୁଙ୍କ ପାଇଁ ଲଗାଉଛନ୍ତି’ ।
ଏହି ଫଟୋରେ ମିଲିନ୍ଦ ଏବଂ ଅଙ୍କିତା ଦୁହିଁଙ୍କୁ କାଜୁଆଲ ଲୁକରେ ଦେଖିବାକୁ ମିଳୁଛି । ଦୁଇ ଜଣଙ୍କର ହାତ ଓ ଗୋଡ ସଂପୂର୍ଣ୍ଣ କାଦୁଅ ଏବଂ ଗଛ ଲଗାଉଛନ୍ତି । ତାଙ୍କର ଏହି ଫଟୋକୁ ସୋସିଆଲ ମିଡିଆରେ ୟୁଜର୍ସ ମାନେ ଖୁବ୍ ପସନ୍ଦ କରୁଛନ୍ତି ।