ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସାଉଥ ଷ୍ଟାର ସାମନ୍ଥା ଓକିନେନି ଏବଂ ନାଗା ଚୈତନ୍ୟଙ୍କ ବିବାହ ବିଛେଦ ଏବେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ଉଭୟଙ୍କ ବିବାହ ବିଛେଦକୁ ନେଇ ଅନେକ କଳାକାର ମାନେ ସୋସିଆଲ ମିଡିଆରେ ସେମାନଙ୍କ ପ୍ରତିକ୍ରିୟାର ସେୟାର କରିଛନ୍ତି । ଏହି ତାଲିକାରେ ଏବେ ଫିଲ୍ମମେକର ରାମ ଗୋପାଳ ବର୍ମାଙ୍କ ନାଁ ମଧ୍ୟ ସାମିଲ ହୋଇଯାଇଛି । ବିବାହ ଏବଂ ଛାଡପତ୍ରକୁ ନେଇ ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଅନେକ କଥା ସେୟାର କରିଛନ୍ତି ।
ନିକଟରେ ରାମ ଗୋପାଳ ବର୍ମା କାହାରି ନାଁ ନନେଇ ଛାଡପତ୍ରକୁ ନେଇ କିଛି ଏଭଳି ଟ୍ୱିଟ କରିଛନ୍ତି ଯାହା ଖୁବ୍ ଭାଇରାଲ ହେବାରେ ଲାଗିଛି । ସେ ଟ୍ୱିଟ କରି ଲେଖିଛନ୍ତି କି, ଛାଡପତ୍ରକୁ ବିବାହଠାରୁ ଅଧିକ ସେଲିବ୍ରେଟ କରିବା ଉଚିତ୍ । କାରଣ ବିବାହରେ ଆପଣ ଜାଣିନଥାନ୍ତି କି ଆପଣ କେଉଁ ଆଡକୁ ଯାଉଛନ୍ତି, ହେଲେ ଛାଡପତ୍ର ଆପଣ ଜାଣିଥାନ୍ତି କି ଆପଣ କେଉଁଠୁ ବାହାରକୁ ବାହାରୁଛନ୍ତି ।
ସେହିପରି ଆଉ ଏକ ଟ୍ୱିଟରେ ସେ ଲେଖିଛନ୍ତି, ନର୍କରେ ବିବାହ ଏବଂ ସ୍ୱର୍ଗରେ ଛାଡପତ୍ର ହୋଇଥାଏ ।ଏହାପରେ ଆଉ ଏକ ଟ୍ୱିଟରେ ଲେଖିଛନ୍ତି ଅଧିକାଂଶ ବିବାହ ସେତିକି ଦିନ ତିଷ୍ଟି ପାରେନି ଯେତିକି ଦିନ ତାଙ୍କ ବିବାହର ଫଙ୍କସନ ହୋଇଥାଏ ଏବଂ ସେଥିପାଇଁ ବାସ୍ତବିକ ଛାଡପତ୍ର କାର୍ଯ୍ୟକ୍ରମରେ ସଙ୍ଗୀତ ହେବା ଉଚିତ୍, ଯେଉଁଠି ସମସ୍ତ ଛାଡପତ୍ର ପୁରୁଷ ଏବଂ ମହିଳା ଗୀତ ଗାଇ ପାରିବେ ଏବଂ ଡ୍ୟାନ୍ସ କରି ପାରିବେ ।