ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ପିଲ୍ମ ‘ସୂର୍ଯ୍ୟବଂଶୀ’ ଏବେ ରିଲିଜ୍ ପାଇଁ ପ୍ରସ୍ତୁତ । ଏହି ଫିଲ୍ମକୁ ନେଇ ନିର୍ମାତା ଅନେକ ଯୋଜନା କରୁଥିବା ବେଳେ ଏବେ ଶୁଣିବାକୁ ମିଳୁଛି କି ଏକାସଙ୍ଗରେ ସୂର୍ଯ୍ୟବଂଶୀ କେତେ ସ୍କ୍ରିନ୍ ରେ ରିଲିଜ୍ ହେବ ।
ଖବର ମୁତାବକ, ସୂର୍ଯ୍ୟବଂଶୀକୁ ନେଇ ରୋହିତ ଶେଟ୍ଟୀ ଏକ ବଡ ଯୋଜନା କରିଛନ୍ତି । ଏହି ଫିଲ୍ମ କରୋନା କାଳ ପରେ ରିଲିଜ୍ ହେଉଥିବା ପ୍ରଥମ ଫିଲ୍ମ ହେବ ଯାହାକୁ ଏତେ ସ୍କ୍ରିନ୍ ମିଳିବ । ସୂର୍ଯ୍ୟବଂଶୀକୁ ରେକର୍ଡ ସଂଖ୍ୟକ ସ୍କ୍ରିନ୍ ରେ ରିଲିଜ୍ କରିବେ ନିର୍ମାତା । ଏହା ହିନ୍ଦ ଫିଲ୍ମ ଇଣ୍ଡଷ୍ଟ୍ରୀ ପାଇଁ କର ବା ମର ଭଳି ପରିସ୍ଥିତ ହେବ । ପାଖାପାଖି ୨୬୦୦ ରୁ ୨୮୦୦ ସ୍କ୍ରିନ ରିଜର୍ଭ କରିବା ପାଇଁ ଯୋଜନା କରୁଛନ୍ତି ନିର୍ମାତ ।
କୁହାଯାଲଛି କି ସୂର୍ଯ୍ୟବଂଶୀକୁ ପାଖାପାଖି ୩୦୦୦ ସ୍କ୍ରିନ୍ ମିଳିପାରେ । ଅବଶ୍ୟ ଏନେଇ କୌଣସି ଅଫିସିଆଲ ଘୋଷଣା ହୋଇନାହିଁ ।