ମୁମ୍ବାଇ (ଏଟିଆର ବ୍ୟୁରୋ): ବଲିଉଡ ଫିଲ୍ମ ‘ବଚ୍ଚନ ପାଣ୍ଡେ’ ର ସୁଟିଂ ଆରମ୍ଭ ହୋଇଯାଇଛି । ଅଭିନେତ୍ରୀ କୃତି ସାନୁନ ଏବଂ ଜ୍ୟାକଲିନ୍ ଫର୍ଣ୍ଣାଡିଜଙ୍କ ସହ ସୁପରଷ୍ଟାର ଅକ୍ଷୟକୁମାର ଏହି ଫିଲ୍ମର ସୁଟିଂ ଆରମ୍ଭ କରିଦେଇଛନ୍ତି । ସୁଟିଂ ବେଳେ ଅକ୍ଷୟଙ୍କ ପ୍ରଥମ ଫଟୋ ସାମ୍ନାକୁ ଆସିଛି ।
ଏହି ଫିଲ୍ମରେ ଅକ୍ଷୟ ଜଣେ ଗ୍ୟାଙ୍ଗଷ୍ଟାର ଭୂମିକାରେ ଅଭିନୟ କରୁଛନ୍ତି । ଯାହାର ପ୍ରଥମ ଝଲକ ସାମ୍ନାକୁ ଆସିଛି । ଏଥିରେ ଅକ୍ଷୟ ଏକ ବ୍ଲାକ କୁର୍ତା ପିନ୍ଧିଥିବା ବେଳେ ମଥାରେ ପଗଡି ବାନ୍ଧି ରାଗ ମୁଡ୍ ରେ ଥିବାର ନଜର ଆସୁଛନ୍ତି ।
ସେହିପରି ଏହି ଫିଲ୍ମରେ କୃତି ସାନୁନ ଜଣେ ସାମ୍ବାଦିକା ଭୂମିକାରେ ଅଭିନୟ କରୁଛନ୍ତି । ଏହାସହିତ ଏଥିରେ ଅକ୍ଷୟଙ୍କ ସାଙ୍ଗ ଭୂମିକାରେ ଅର୍ଶଦ ୱାର୍ସି ଅଭିନୟ କରୁଛନ୍ତି ।
ଏହି ଫିଲ୍ମକୁ ନେଇ କୃତି ଖୁବ୍ ଉତ୍ସହିତ ଅଛନ୍ତି । ଏହାପୂର୍ବରୁ କୃତି , ଅକ୍ଷୟଙ୍କ ସହିତ ଫିଲ୍ମ ହାଉସଫୁଲ୪ରେ ମଧ୍ୟ ନଜର ଆସି ସାରିଛନ୍ତି ।