ମୁମ୍ବାଇ (ଏଟିଆର ବ୍ୟୁରୋ): ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଫ୍ୟାନ୍ସମାନଙ୍କ ପାଇଁ ଏକ ଖରାପ ଖବର ସାମ୍ନାକୁ ଆସିଛି । ମୁମ୍ବାଇରେ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ସୁଟିଂ ବେଳେ ଆଲିଆଙ୍କ ଗୋଡରେ ଆଘାତ ଲାଗିଥିଲା । ଏହାପରେ ତାଙ୍କ କୋ ଷ୍ଟାର ରଣବୀର କପୁର ତୁରନ୍ତ ତାଙ୍କୁ ହସ୍ପିଟାଲ ନେଇଯାଇଥିଲେ । ବର୍ତ୍ତମାନ ସେ ଠିକ୍ ଅଛନ୍ତି କିନ୍ତୁ ସମ୍ପୂର୍ଣ୍ଣ ଠିକ୍ ହେବା ପାଇଁ ତାଙ୍କୁ କିଛି ଦିନ ଆରାମ କରିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି ।
ଅନ୍ୟପଟେ ସେହି ସମୟର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ରଣବୀର ଏବଂ ଆଲିଆ ଦୁହେଁ କ୍ଲିନିକ୍ ରୁ ଫେରୁଥିବାର ନଜର ଆସୁଛନ୍ତି । ଖବରମୁତାବକ, ଯେବେଠୁ ଫିଲ୍ମ ବ୍ରହ୍ମାସ୍ତ୍ରର ସୁଟିଂ ଆରମ୍ଭ ହୋଇଛି ସେବେଠୁ ଦୁହିଁଙ୍କ ଆଫେୟାର୍ସ କଥା ଶୁଣିବାକୁ ମିଳିଛୁ । ଅନେକ ଥର ଦୁହେଁ ଏକାଠି ସ୍ପଟ୍ ମଧ୍ୟ ହୋଇଛନ୍ତି । କେବଳ ଏତିକି ନୁହେଁ ‘ଆପକି ଅଦାଲତ’ରେ ଆଲିଆ ରଣବୀରଙ୍କ ସହିତ ତାଙ୍କ ସଂପର୍କକୁ ନେଇ ହଁ କରିଥିଲେ ।
ଏହାବ୍ୟତୀତ ଏକ ଇଣ୍ଟରଭ୍ୟୁରେ ରଣବୀର ଆଲିଆଙ୍କୁ ନେଇ କହିଥିଲେ ଯେ, ‘ଏହା ମୋ ପାଇଁ ସମ୍ପୂର୍ଣ୍ଣ ନୂଆ ଏବଂ ମୁଁ ଏ ବିଷୟରେ କିଛି କହିବାକୁ ଚାହେଁନା’ ।
ଅନେକ ସମୟରେ ଦୁୁହିଁଙ୍କୁ ଏକାଠି ସେମାନଙ୍କ ପରିବାର ସହ ସମୟ ବିତାଇବାର ଦେଖିବାକୁ ମିଳିଛି । ସେ କୌଣସି ବାର୍ଥ ଡେ ପାର୍ଟି ହେଉ ଅବା କାଜୁଆଲ ମିଟିଂ । ଏହାସହିତ ଦୁହେଁ ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ବୋଲି ଶୁଶିବାକୁ ମିଳୁଛି ।