ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବଲିଉଡର ମହାନାୟକ ଅମିତାଭ ବଚ୍ଚନଙ୍କୁ ଦାଦା ସାହେବ ଫାଲ୍କେ ପୁରସ୍କାରରେ ସମ୍ମାନିତ କରାଯାଇଛି । ଏହାପରେ ବିଗ୍ ବି ଙ୍କ ପାଇଁ ସୋଶିଆଲ ମିଡିଆରେ ଶୁଭେଚ୍ଛାର ସୁଅ ଛୁଟିଛି । ଅଭିନେତାଙ୍କ ଠାରୁ ଆରମ୍ଭ କରି ରାଜନେତାଙ୍କ ଯାଏଁ ସମସ୍ତେ ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି ।
ଏନେଇ ବିଗ୍ ବି ଟ୍ୱିଟ୍ କରି କହିଛନ୍ତି , ମୋ ପାଖରେ ଶଦ୍ଦ ନାହିଁ । ମୁଁ କୃତଜ୍ଞ , ପରିପୂର୍ଣ୍ଣ, ଏବଂ ଧନ୍ୟବାଦ । ମୁଁ କେବଳ ବିନୟପୂର୍ଣ୍ଣ, ବିନମ୍ର ଅମିତାଭ ବଚ୍ଚନ ।
T 3298 – There is a paucity of words searching a response .. for the generosity of words that pour in ..
I am but deeply grateful and most humbled .. my sincerest gratitude ..कृतज्ञ हूँ मैं , परिपूर्ण , आभार और धन्यवाद … मैं केवल एक विनयपूर्ण , विनम्र अमिताभ बच्चन हूँ pic.twitter.com/ESfV7ms6fZ
— Amitabh Bachchan (@SrBachchan) September 24, 2019
ସେହିପରି ବିଗ୍ ବି ଙ୍କ ପୁଅ ଅଭିଶେଖ ବଚ୍ଚନ ଏବଂ ଝିଅ ଶ୍ୱେତା ସୋଶିଆଲ ମିଡିଆ ଜରିଆରେ ସେମାନଙ୍କ ଖୁସୀ ବ୍ୟକ୍ତ କରିବା ସହିତ ଏହି ପରସ୍କାର ପାଇଁ ପିତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
Overjoyed and so, so proud! #ProudSon 🙏 https://t.co/bDj4kNaVhS
— Abhishek Bachchan (@juniorbachchan) September 24, 2019
ସୂଚନାଯୋଗ୍ୟ ଅମିତାଭ୍ ବଚ୍ଚନଙ୍କୁ ଦାଦା ସାହେବ ଫାଲ୍କେ ପୁରସ୍କାର ପାଇଁ ବଛା ଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକର ମଙ୍ଗଳବାର ଦିନ ଘୋଷଣା କରିଥିଲେ ।