ମୁମ୍ବାଇ (ଏଟିଆର ବ୍ୟୁରୋ): ବିଗ୍ ବି ଅମିତାଭ ବଚ୍ଚନଙ୍କ ନାଁରେ ଯୋଡି ହେଲା ଆଉ ଏକ ସମ୍ମାନ । ଶୁକ୍ରବାର ପ୍ରତିଷ୍ଠିତ ଇଂଟରନେସନାଲ ଫେଡରେଶନ ଅଫ୍ ଫିଲ୍ମ ଅର୍କାଇଭ୍ସ ଆୱାର୍ଡ (ଏଫଆଇଏଏଫ) ରେ ଅମିତାଭ ବଚ୍ଚନଙ୍କୁ ସମ୍ମାନୀତ କରାଯାଇଛି । ଏକ ଭର୍ଚୁଆଲ କାର୍ଯ୍ୟକ୍ରମରେ ଅମିତାଭଙ୍କୁ ହଲିଉଡ ଫିଲ୍ମ ମେକର୍ସ ମାର୍ଟିନ ସ୍କୋର୍ସେସେ ଏବଂ କ୍ରିଷ୍ଟଫର ନୋଲନ ଏହି ଆୱାର୍ଡ ଦେଇଛନ୍ତି । ବିଗ୍ ବି ପ୍ରଥମ ଭାରତୀୟ ଯାହାଙ୍କୁ ଏହି ସମ୍ମାନରେ ସମ୍ମାନୀତ କରାଯାଇଛି ।
ଏହି ଆୱାର୍ଡ ସେରେମୋନୀର ଫଟୋ ଅମିତାଭ ତାଙ୍କ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ସେ ଲେଖିଛନ୍ତି କି, ଏଫଆଇଏଏଫ ଆୱାର୍ଡ ୨୦୨୧ ପାଇଁ ମୁଁ ବହୁତ ସମ୍ମାନୀତ ଅନୁଭବ କରୁଛି । ସେଥିପାଇଁ ଏଫଆଇଏଏଫ, ମାର୍ଟିନ ସ୍କୋର୍ସେସେ ଏବଂ କ୍ରିଷ୍ଟଫର ନୋଲନ ଙ୍କୁ ଧନ୍ୟବାଦ । ଭାରତର ଫିଲ୍ମ ଇଣ୍ଡଷ୍ଟ୍ରୀକୁ ରକ୍ଷା କରିବା ପାଇଁ ଆମ ପ୍ରତିବଦ୍ଧତା ଅଟଳ ।
ସେହିପରି ବିଗ୍ ବିଙ୍କ ପ୍ରଶଂସା କରି ମାର୍ଟିନ କହିଛନ୍ତି କି, ପାଞ୍ଚ ଦଶକର ଲମ୍ବା କ୍ୟାରିଅରରେ ଅମିତାଭ ବଚ୍ଚନ ଫିଲ୍ମ ଇଣ୍ଡଷ୍ଟ୍ରୀକୁ ସଂରକ୍ଷିତ କରିବାରେ ଅସାଧାରଣ କାମ କରିଛନ୍ତି । ଫିଲ୍ମ ହେରିଟେଜ୍ ଫାଉଣ୍ଡେସନ ପରେ ମୁଁ ଭାରତରେ ଫିଲ୍ମର ସଂରକ୍ଷିତ କରିବା ଉପରେ ନଜର ରଖୁଛି । ମୁଁ ବହୁତ ଭଲ ଭାବେ ଜାଣିଛି ଅମିତାଭ ବଚ୍ଚନ କେଉଁ ଭଳି କାମ କରୁଛନ୍ତି ।