ମୁମ୍ବାଇ (ଏଟିଆର ବ୍ୟୁରୋ): ଦକ୍ଷିଣର ଦିବଙ୍ଗତ ସୁପରଷ୍ଟାର ଶିବାଜୀ ଗଣେଶନଙ୍କ ଶିଷ୍ୟ ବୋଲି ନିଜକୁ ବଲିଉଡର ବିଗ୍ ବି ଅମିତାଭ ବଚ୍ଚନ କହିଛନ୍ତି । ଅମିତାଭ ଏବେ ‘ଉୟାନଧ୍ରା ମନିଥନ’ ରେ ଡେବ୍ୟୁ କରିବା ପାଇଁ ପ୍ରସ୍ତୁତ ଅଛନ୍ତି ।
ଅମିତାଭ ବଚ୍ଚନ ଟ୍ୱିଟ୍ କରି ଏହି ଫିଲ୍ମର ଏକ ଫଟୋ ପୋଷ୍ଟ କରିଛନ୍ତି । ଏହି ଫଟୋରେ ଅମିତାଭ ଏବଂ ଅଭିନେତା ତଥା ଫିଲ୍ମ ନିର୍ମାତା ଏସଜେ ସୁର୍ଯ୍ୟ ଏକ କାନ୍ଥ ପାଖରେ ଛିଡା ହୋଇଛନ୍ତି, ଯେଉଁଠି ଗଣେଶନ ଙ୍କ ଫଟୋ ଲାଗିଛି ।
T 3141 – Two disciples under the shadow of the MASTER – Shivaji Ganesan ..
Surya and self !
Shivaji the Ultimate Iconic Legend of Tamil Cinema .. his picture adorns the wall .. an artist of such immensity and incredible talent .. my respect and admiration ,👣 i touch his feet ! pic.twitter.com/pTosCxAyha— Amitabh Bachchan (@SrBachchan) April 3, 2019
ଏହି ଫଟୋକୁ ବିଗ୍ ବି ଶୀର୍ଷକ ଦେଇଛନ୍ତି କି, ‘ମାଷ୍ଟର ଶିବାଜୀ ଗଣେଶନ୍ ଙ୍କ ଛତ୍ରଛାୟା ତଳେ ଦୁଇ ଶିଷ୍ୟ ସୂର୍ଯ୍ୟ ଏବଂ ମୁଁ । ତାମିଲ ଫିଲ୍ମର ଲେଜେଣ୍ଡ ହେଉଛନ୍ତି ଶିବାଜୀ । ତାଙ୍କ ଫଟୋ କାନ୍ଥରେ ସୁଶୋଭିତ । ସେ ଜଣେ ଅବିଶ୍ୱସନୀୟ ପ୍ରତିଭାବାନ୍ କଳାକାର । ମୁଁ ତାଙ୍କ ଆଦରର ସମ୍ମାନ କରୁଛି । ମୁଁ ତାଙ୍କ ପାଦ ସ୍ପର୍ଷ କରେ ।’
ଏହି ଫିଲ୍ମଟି ତାମିଲ ଏବଂ ହିନ୍ଦୀରେ ପ୍ରସ୍ତୁତ କରାଯିବ । ଫିଲ୍ମକୁ ନେଇ ଆଧିକାରିକ ଘୋଷଣା ଗତ ଅଗଷ୍ଟ ମାସରେ କରାଯାଇଥିଲା । ଫିଲ୍ମର ପ୍ରମୁଖ ସୁଟିଂ ଚଳିତ ମାସରୁ ଆରମ୍ଭ ହୋଇଛି ।