ମୁମ୍ବାଇ (ଏଟିଆର ବ୍ୟୁରୋ): ଖୁବ୍ କମ ସମୟ ମଧ୍ୟରେ ବଲିଉଡରେ ଚର୍ଚ୍ଚିତ ହୋଇଥିବ ଅଭିନେତ୍ରୀ ସାରା ଅଲ୍ଲୀ ଖାଁ । ତାଙ୍କ ଲୁକ୍ସ ଏବଂ ଅଭିନୟ ଉଭୟ ପାଇଁ ତାଙ୍କୁ ପ୍ରଶଂସା କରାଯାଇଥାଏ । ସାରା ଏବଂ ତାଙ୍କ ମା ମଧ୍ୟରେ ବହୁତ ଭଲ ବଣ୍ଡିଂ ରହିଛି କାରଣ ସୁଟିଂର ବ୍ୟସ୍ତତା ଭିତରେ ବି ସେ ତାଙ୍କ ମା ଅମ୍ରିତା ସିଂଙ୍କ ସହ କଥା ହେଉଥିବାର ନଜର ଆସିଥାନ୍ତି । ମାତ୍ର ଏବେ ଉଭୟଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । କୁହାଯାଉଛି କି ସାରାଅଲ୍ଲୀ ଖାଁଙ୍କ ବ୍ରେକଅପ୍ ହେବା ପଛରେ ଅମ୍ରିତାଙ୍କ ହାତ ରହିଛି । କାରଣ ଅମ୍ରିତା ଚାହୁଁନଥିଲେ କି ତାଙ୍କ ଝିଅ ଏବେ କୌଣସି ପ୍ରକାରର ମାମଲାରେ ଫସୁ ।
ଅମ୍ରିତା ସିଂଙ୍କ କହିବାନୁଯାୟୀ, ସାରା ଏବେ ଏବେ କ୍ୟାରିଅର ଆରମ୍ଭ କରିଛି । ଏହି ସମୟରେ ପ୍ରେମ କରିବା ଠିକ୍ ନୁହେଁ । ସେଥିପାଇଁ ମୁଁ ଚାହୁଁଛି କି ଏହି ସବୁ ସମସ୍ୟାରୁ ଦୂରେଇକି ସେ ନିଜ କ୍ୟାରିଅର ପ୍ରତି ଧ୍ୟାନ ଦେଉ ।
ସବୁଠାରୁ ବଡ କଥା ହେଉଛି ସାରା ଏବଂ କାର୍ତ୍ତିକଙ୍କ ସମ୍ପର୍କକୁ ପସନ୍ଦୁ କରୁନଥିଲେ ଅମ୍ରିତା । ତାଙ୍କ କହିବାନୁଯାୟୀ, ସାରା ବହୁତ ବୁଝିଲା ସୁଝିଲା । ସେଥିପାଇଁ ତାକୁ ବୁଝି ସୁଝି ସମ୍ପର୍କ ଗଢିବା ଉଚିତ୍ ।