ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କ୍ରୁଜ୍ ଡ୍ରଗ କେସରେ ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ନାଁ ସାମ୍ନାକୁ ଆସିବା ପରେ ଏବେ ତାଙ୍କ ସମସ୍ୟା ବଢିବାରେ ଲାଗିଛି । ଦୁଇ ଦୁଇ ଥର ଅନନ୍ୟାଙ୍କୁ ପଚରା ଉଚରା କରିସାରେଲଣି ଏନସିବି ଟିମ୍ । ପୁଣି ଥରେ ସୋମବାରକୁ ତାଙ୍କୁ ଏନସିବିରେ ହାଜର ହେବାକୁ କୁହାଯାଇଛି । ଏହି ମାମଲାର ପ୍ରଭାବ ଏବେ ଅନନ୍ୟାଙ୍କ କ୍ୟାରିଅର ଉପରେ ପଡୁଥିବାର ଦେଖିବାକୁ ମିଳୁଛି । ଖବର ମୁତାବକ ଆର୍ୟାନ ଖାଁ ଡ୍ରଗ କେସରେ ଅନନ୍ୟାଙ୍କ ନାଁ ସାମ୍ନାକୁ ଆସିବା ପରେ ତାଙ୍କୁ ସାଉଥ ସୁପରଷ୍ଟାର ଥଲପତି ବିଜୟଙ୍କ ଫିଲ୍ମରୁ ବାହାର କରି ଦିଆଯାଇଛି ।
ବିଜୟ ଥଲପତି ହେଉଛନ୍ତ ସାଉଥ ସୁପରଷ୍ଟାର । ଖୁବ୍ ଶୀଘ୍ର ସେ ଫିଲ୍ମ ଥଲପତି ୬୬ ରେ ନଜରକୁ ଆସିବେ । ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ଭାମଶୀ ପେଡିପଲ୍ଲୀ । ଅସନ୍ତା ବର୍ଷ ଏହି ଫିଲ୍ମର ସୁଟିଂ ଆରମ୍ଭ ହେବ । ଏହି ଫିଲ୍ମରେ ମୁଖ୍ୟ ଭୂମିକା ପାଇଁ ଅନନ୍ୟା ପାଣ୍ଡେଙ୍କୁ ବଛା ଯାଇଥିଲା । କିନ୍ତୁ ଏବେ ଶୁଣିବାକୁ ମିଳୁଛି କି ଏହି ଫିଲ୍ମରୁ ଅନନ୍ୟାଙ୍କୁ ହଟାଇ ଦିଆଯାଇଛି ।
ଆର୍ୟନ ଖାଁଙ୍କ ହ୍ୱାଟ୍ସସପ ଚାର୍ଟରୁ ଅନନ୍ୟାଙ୍କ ନାଁ ସାମ୍ନାକୁ ଆସିଥିଲା । ଏହାପରେ ଗୁରୁବାର ଅନନ୍ୟାଙ୍କ ଘରେ ଚଢାଉ କରିଥିଲେ ଏନସିବି ଟିମ୍ ।