ଭୁବନେଶ୍ୱର(ଏଟିଆର ବ୍ୟୂରୋ): କରୋନା ସଂକ୍ରମଣ ବୃଦ୍ଧି ପାଇବା ନେଇ ହଷ୍ଟେଲ ବନ୍ଦ କରିବା ନିଷ୍ପତ୍ତିକୁ ବିରୋଧକରିଛନ୍ତି ଛାତ୍ରଛାତ୍ରୀ । ଏନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ବାଣୀବିହାର କଲେଜର ଛାତ୍ରଛାତ୍ରୀ । ଦୀର୍ଘ ୧୦ ମାସ ହେଲା ଘରେ ରହିଥିବାବେଳେ ଏବେ କଲେଜ ଫେରିଥିବାବେଳେ ପୁଣି ଥରେ ଘରକୁ ଯିବା ପାଇଁ କହୁଛନ୍ତି ।
କରୋନା ଆଳ ନେଇ ଶିକ୍ଷାନୁଷ୍ଠାନବନ୍ଦ ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ପରୀକ୍ଷା ରହିଥିବା କାରଣରୁ ପିଲାଙ୍କୁ ହଷ୍ଟେଲ ଛାଡିବା ପାଇଁ କୁହାଯାଇଛି । ଆସନ୍ତା ୧୨ ତାରିଖ ସୁଦ୍ଧା ପ୍ରଥମ ସେମିଷ୍ଟାର ପିଲାଙ୍କୁ ହଷ୍ଟେଲ ଛାଡିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି ଏହି ନିର୍ଦ୍ଦେଶନାମାକୁ ତୁରନ୍ତ ପ୍ରତ୍ୟାହାର ହେଉ । ଏଥିସହ ବିଏମସିର ନିର୍ଦ୍ଦେଶନାମା ବିରୋଧରେ ନାରାବାଜି କରିଛନ୍ତି । ଗତକାଲି ହଷ୍ଟେଲ ଖାଲି କରିବା ପାଇଁ ନୋଟିସ ଜାରି ରହିଥିଲା ।