ମୁମ୍ବାଇ (ଏଟିଆର ବ୍ୟୁରୋ): ମାୟାନଗରୀ ମୁମ୍ବାଇରେ ଏବେ ଜାରି ରହିଛି ଲାକ୍ମି ଫ୍ୟାସନ ୱିକ୍ ଇଭେଣ୍ଟ । ଏହି ଇଭେଣ୍ଟରେ ଅନେକ ବଡ ବଡ କଳାକାରମାନେ ର୍ୟାମ୍ପ ୱାକ୍ କରୁଥିବାର ନଜର ଆସିଛନ୍ତି । ସେହିପରି ଗତ ଶନିବାର ଏହି ଇଭେଣ୍ଟରେ ୩ ଜଣ କଳାକାରଙ୍କୁ ଦେଖିବାକୁ ମିଳିଥିଲା ।
ର୍ୟାମ୍ପରେ ଅନୀଲ କପୁର ଏବଂ ଜାହ୍ନବୀ କପୁର ନଜର ଆସିଥିଲେ । ଇତି ମଧ୍ୟରେ ଇଭେଣ୍ଟରେ ସାମିଲ ଥିବା ରଣବୀର କପୁର ଜନତାଙ୍କ ମଧ୍ୟରେ ବସି ଅନୀଲ ଏବଂ ଜାହ୍ନବୀଙ୍କୁ ଦେଖୁଥିଲେ । ସେହି ସମୟରେ ଅନୀଲ କପୁରଙ୍କ ନଜର ରଣବୀରଙ୍କ ଉପରେ ପଡିଥିଲା ଏବଂ ରଣବୀରଙ୍କୁ ବି ର୍ୟାମ୍ପରେ ୱାକ୍ କରିବା ପାଇଁ ଡାକିଥିଲେ ।
ଅନୀଲ କପୁର ଏବଂ ଜାହ୍ନବୀ କପୁରଙ୍କୁ ପ୍ରଥମ ଥର ଲାଗି ଏକାଠି ର୍ୟାମ୍ପ ୱାକ୍ କରୁଥିବାର ଦେଖିବାକୁ ମିଳିଥିଲା । ଏହି ଅବସରରେ ଦାଦା ଓ ଝିଆରୀଙ୍କ ଜବରଦସ୍ତ କେମେଷ୍ଟ୍ରୀ ଦେଖିବାକୁ ମିଳିଥିଲା । ଏହାପରେ ରଣବୀର ଏହି ୱାକ୍ ରେ ସାମିଲ ହୋଇଥିଲେ ।
ଏହି ଇଭେଣ୍ଟରେ ଜାହ୍ନବୀ କପୁର ବ୍ଲାକ୍ ଆଉଟ ଫିଟ୍ ରେ ଖୁବ୍ ସୁନ୍ଦର ନଜର ଆସିଥିଲେ । ସେହିପରି ଅନୀଲ କପୁର ଖଇରିଆ ଛିଟା ହୋଇଥିବା ଜ୍ୟାକେଟ ଏବଂ କଳା ଟ୍ରାଉଜର ପିନ୍ଧିବା ସହ ରଣବୀର ସିଂ ମଧ୍ୟ ତାଙ୍କ ଆଉଟ୍ ଫିଟ୍ ସାନ୍ଦାର ନଜର ଆସିଥିଲେ ।
ଲାକ୍ମି ଫ୍ୟାସନ ୱିକ୍ ରେ ଅନୀଲ କପୁର ଏବଂ ଜାହ୍ନବୀ କପୁର ଦୁହେଁ ଡିଜାଇନର ରାଘବେନ୍ଦ୍ରଙ୍କ ସୋ’ ଷ୍ଟପର ହୋଇଥିଲେ । ର୍ୟାମ୍ପ ୱାକ୍ ରେ ଅନୀଲ ଏବଂ ରଣବୀର ଦୁହେଁ ନାଚିବାକୁ ଲାଗିଥିଲେ । ଉଭୟେ ଷ୍ଟାରଙ୍କ ମସ୍ତି ଦେଖି ଜାହ୍ନବୀ ମଧ୍ୟ ନିଜକୁ ସମ୍ଭାଳି ପାରିନଥିଲେ । ଶେଷରେ ହସିଦେଇଥିଲେ ।