ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଜେଲରୁ ବାହାରିବେ ଶାହରୁଖ ଖାଁଙ୍କ ପୁଅ ଆର୍ୟନ ଖାଁ । ବମ୍ବେ ହାଇକୋର୍ଟ ଆର୍ୟନ ଖାଁଙ୍କୁ ଜାମିନ ପ୍ରଦାନ କରିଛନ୍ତି, କିନ୍ତୁ ଆର୍ୟନ ଆସନ୍ତାକାଲି କିମ୍ବା ଶନିବାର ଜେଲରୁ ବାହାରି ପାରିବେ। ତିନି ଘଣ୍ଟାର ଦୀର୍ଘ ଶୁଣାଣି ପରେ କୋର୍ଟ ଆର୍ୟଙ୍କ ସମେତ ତିନି ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରିଛନ୍ତି ।
ଡ୍ରଗ୍ ମାମଲାରେ ଜାମିନ ପାଇଛନ୍ତି ଆର୍ୟନ । ୩ ଥର ଆର୍ୟନଙ୍କ ଓକିଲ ଚେଷ୍ଟା କରିବା ପରେ ଏବେ ବମ୍ବେ ହାଇକୋର୍ଟ ପକ୍ଷରୁ ଜାମିନ୍ ମିଳିଛି । ଏହାପୁର୍ବରୁ ଆର୍ୟନଙ୍କ ଜାମିନ ଆବେଦନକୁ ଦୁଇଥର ସେଶଂସ କୋର୍ଟ ପ୍ରତ୍ୟାଖାନ କରିଥିଲେ ।