ମୁମ୍ବାଇ(ଏଟିଆର ବ୍ୟୁରୋ): ବଲିଉଡରେ ଟାଇଗର ସ୍ରଫ ହିରୋପନ୍ତି ଫିଲ୍ମ ମାଧ୍ୟରେ ଡେଭ୍ୟୁ କରିଥିଲେ । ଏହା ପରେ ସେ ଗୋଟିଏ ପରେ ଗୋଟିଏ ଫିଲ୍ମ କରିଚାଲିଛନ୍ତି । ଟାଇଗର ବାଗି ଫିଲ୍ମ କରିବା ପରେ ଆକ୍ସନ ଷ୍ଟାରେ ଭାବେ ବଲିଉଡରେ ପରିଚିତ ହେଲେ । ସେ ତାଙ୍କ ଷ୍ଟଣ୍ଟ ପାଇଁ ସଦା ବେଳେ ଚର୍ଚ୍ଚାରେ ରହିଥାନ୍ତି । ତେବେ ବର୍ତ୍ତମାନ ଟାଇଗର ଚର୍ଚ୍ଚାକୁ ଆସିବାର କାରଣ ହେଉଛି ତାଙ୍କ ଆଗାମୀ ଫିଲ୍ମ ବାଗି-୩ । ବାଗି-୩ର ଫାଷ୍ଟ ଲୁକକୁ ଟାଇଗର ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହି ପୋଷ୍ଟରରେ ଟାଇଗର ଗୋଟିଏ ଯୁଦ୍ଧ ମଇଦାନରେ ଛିଡା ହୋଇଛନ୍ତି । ଏହା ସହ ଟାଇଗର ଆକ୍ସନ ମୁଡରେ ଥିବାର ଦେଖିବାକୁ ମିଳିଛି । ତାଙ୍କ ସାମ୍ନାରେ ଅନେକ ଟ୍ୟାଙ୍କ ଥିବାର ଏହି ପୋଷ୍ଟାରରେ ଦେଖିବାକୁ ମିଳିଛି । ଏହା ସହ ଟାଇଗର ହାତରେ ଏକ ରାଇଫଲ ଧରି ଠିଆ ହୋଇଛନ୍ତି ।
ଟାଇଗର ଏହି ପୋଷ୍ଟର ସେୟାର କରିବା ସହ ଏହାର ରିଲିଜ୍ ଡେଟ ମଧ୍ୟ କହିଛନ୍ତି । ଟାଇଗର ତାଙ୍କ ସୋସିଆଲ ମିଡିଆରେ ଏହାକୁ ସେୟାର କରିବା ସହ ଲେଖିଛନ୍ତି ଯେ, ନିଜ ଦେଶର ସବୁଠାରୁ ବଡ ଶତ୍ରୁ ବିରୋଧରେ ରନୀ ପୁଣି ଫେରିଆସିଛି । ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି ଅହମ୍ମଦ ଖାନ୍ । ତେବେ ଏହି ଫିଲ୍ମରେ ଟାଇଗରଙ୍କ ସହ ପୁଣି ଶ୍ରଦ୍ଧା କାପୁରଙ୍କୁ ଦେଖିବାକୁ ମିଳିଛି । ଅନ୍ୟମାନଙ୍କ ମଧ୍ୟରେ ରିତେଶ ଧେଶମୁଖ୍, ଦିଶା ପଟାନୀ, ଜୈକି ସ୍ରଫ, ବିଜୟ ବର୍ମା, ଅଙ୍କିତ ଲୋଖଣ୍ଡେ ପ୍ରମୁଖ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଫିଲ୍ମ ଆସନ୍ତା ମାର୍ଚ୍ଚ ୬ ତାରିଖରେ ବଡ ପରଦାରେ ଦେଖିବାକୁ ମିଳିବ ।