ମୁମ୍ବାଇ (ଏଟିଆର ବ୍ୟୁରୋ): ଟିଭି ପରଦାରେ ଦର୍ଶକଙ୍କୁ ହସେଇ ହସେଇ ବେଦମ କରୁଥିବା ହାସ୍ୟ ଅଭିନେତ୍ରୀ ହେଉଛନ୍ତି ଭାରତୀ ସିଂ । ଦର୍ଶକଙ୍କୁ ହସେଇବା ସବୁଠୁ କଠିନ କିନ୍ତୁ ଏହା ଭାରତୀଙ୍କ ପାଇଁ ସମ୍ଭବ ହୋଇପାରିଛି । ଦିନ ଥିଲା ଭାରତୀଙ୍କୁ ଏହି ହାସ୍ୟକାର କାମ ପସନ୍ଦ ନଥିଲା । ସେ କ’ଣ ହେବାକୁ ଚାହୁଁଥିଲେ ସେ ନିଜେ ସ୍ପଷ୍ଟ କରିଛନ୍ତି ।
ହାସ୍ୟକାର ଭାରତୀ ସିଂଙ୍କ କହିବାନୁଯାୟୀ, ସେ ଗୋଟେ ଭଲ ଡ୍ୟାନ୍ସର ହେବାକୁ ଚାହୁଁଥିଲେ । ନିକଟରେ ସେ ଏକ ଶୋ’ ‘ଡ୍ୟାନ୍ସ ଦିୱାନେ’ର ଏକ ଏପିସୋଡ ପାଇଁ ସୁଟିଂ କରିଛନ୍ତି । ସେ ଏଥିରେ ଅଭିନେତ୍ରୀ ମାଧୁରୀ ଦିକ୍ଷୀତଙ୍କ ସହ ବିଚାରପତି ସିଟ୍ ରେ ବସି ଜଜ୍ କରୁଥିବାର ନଜର ଆସିବେ ।
ସେ କହିଥିଲେ କି, ‘ମୁଁ ସତରେ ମୋ ଜୀବନରେ ଡ୍ୟାନ୍ସର ହେବାକୁ ଚାହୁଁଥିଲି । ସର୍ବଦା ଡ୍ୟାନ୍ସ ମୋ ଜୁନୁନ୍ । ଏଭଳି ଶୋ’କୁ ଦେଖିବାକୁ ବହୁତ ଭଲ ଲାଗେ, ଯେଉଁଠି ଭିନ୍ନ ଭିନ୍ନ ବୟସର ବିଭିନ୍ନ ଲୋକ ନିଜର ଜୁନୁନ୍ ଦେଖାଇବାକୁ ଆସୁଛନ୍ତି । ମୁଁ ତାଙ୍କର ଏହି ଉତ୍ସାହ ଏବଂ ଶକ୍ତି ପାଇଁ ପ୍ରଶଂସା କରୁଛି’ ।
ଲୋକଙ୍କୁ ହସେଇବା ହୁଏତ ମୋ ଭାଗ୍ୟରେ ଥିଲା କିନ୍ତୁ ଡ୍ୟାନ୍ସ ମୋ ପ୍ରଥମ ଇଛା । ସେତେବେଳେ ନହେଲା ନାହିଁ କିନ୍ତୁ ଆଜି ବି ଡ୍ୟାନ୍ସ କରିବାକୁ ମୋର ବହୁତ ଇଛା ।