ମୁମ୍ବାଇ (ଏଟିଆର ବ୍ୟୁରୋ): ଖେଳ ଏବଂ ବଲିଉଡ କ୍ଷେତ୍ରରେ ଦେଶର ସବୁଠାରୁ ପ୍ରଭାବଶାଳୀ ବ୍ୟକ୍ତି ଭାବେ ବଲିଉଡର ମହାନାୟକ ଅମିତାଭ ବଚ୍ଚନ ଏବଂ ଡମ୍ପଲ ଗର୍ଲ ଦୀପିକା ପାଦୁକୋନଙ୍କ ନାଁ ସାମିଲ କରାଯାଇଛି । ଏହା ୟୁଗୋଭ ଇନଫ୍ଲୁଏନସର ଇଣ୍ଡେକ୍ସ ୨୦୧୮ରେ ଘୋଷଣା କରାଯାଇଛି ।
ଭାରତରେ ୧୯୪୮ ଜଣ ପ୍ରତିଯୋଗୀଙ୍କୁ ନେଇ ଏକ ଗବେଷଣା କରାଯାଇଥିଲା । ସେଥିମଧ୍ୟରୁ ବଲିଉଡ ଏବଂ ଖେଳ ଜଗତରୁ ପାଖାପାଖି ୬୦ ଜଣ ହସ୍ତିଙ୍କୁ ନେଇ ଲୋକମାନଙ୍କର ଧାରଣ ଜାଣିବାକୁ ପ୍ରୟାସ କରାଯିବା ସହ ଏଥିରେ କଳାକାର ଏବଂ ଖେଳାଳିଙ୍କ ମଧ୍ୟରେ ପ୍ରଭାବ, ସମ୍ମାନତା ଏବଂ ଜାଗରୁକତା ଆଦିକୁ ପରଖା ଯାଇଥିଲା । ଏହି କ୍ଷେତ୍ରରେ ସ୍ୱାସ୍ଥ୍ୟ ସେବା ଏବଂ ସୌନ୍ଦର୍ଯ୍ୟ ପ୍ରସାଧନ,ବାହନ, ଫ୍ୟାସନ, ପରିଧାନ ଏବଂ ତାହା ସହିତ ଜଡିତ ଖାଦ୍ୟ, ପାନୀୟ, ଏବଂ ଯାତ୍ର ଆଦି ସାମିଲ ରହିଥିଲା ।
ୟୁଗୋଭର ସୂଚନାନୁଯାୟୀ, ଶୀର୍ଷ ଦଶ ଜଣ ବ୍ୟକ୍ତିଙ୍କ ତାଲିକାରେ ବଲିଉଡ କଳାକାର ଏବଂ ଖେଳାଳିଙ୍କ ମଧ୍ୟରେ ଦବଦବା ରହିଛି । ଏହି ତାଲିକାର ପ୍ରଥମ ସ୍ଥାନରେ ମହାନାୟକ ଅମିତାଭ ବଚ୍ଚନ, ଦ୍ୱିତୀୟରେ ଦୀପିକା ପାଦୁକୋନ ,ତୃତୀୟ ଏବଂ ଚତୁର୍ଥ ସ୍ଥାନରେ ମହେନ୍ଦ୍ର ସିଂ ଧୋନୀ ଏବଂ ସଚିନ୍ ତେନ୍ଦୁଲକର ରହିଛନ୍ତି ।
ସେହିପରି ଅକ୍ଷୟକୁମାର ୫ମ ସ୍ଥାନରେ, ବିରାଟ କୋହଲି ୬ଷ୍ଠ,ଆମୀର ଖାନ୍ ୭ମ, ସାହରୁଖ ଖାନ୍ ୮ମ ଏବଂ ଆଲିଆ ଭଟ୍ଟ ଓ ପ୍ରିୟଙ୍କା ଚୋପ୍ରା ୯ମ ଏବଂ ୧୦ମ ସ୍ଥାନରେ ରହିଛନ୍ତି । ଏହି ତାଲିକାରେ ପ୍ରଥମ ଥର ପାଇଁ ପ୍ରବେଶ କରିଥିବା ଅଲମ୍ପିକ୍ ପଦକ ବିଜେତା ପି.ଭି ସିନ୍ଧୁଙ୍କୁ ୧୫ତମ ସ୍ଥାନ ମିଳିଛି ।