ମୁମ୍ବାଇ(ଏଟିଆର ବ୍ୟୁରୋ): ଗତ ଶୁକ୍ରବାର ଦିନ ବହୁ ଚର୍ଚ୍ଚିତ କୋରିଓଗ୍ରାଫର ରେମୋ ଡିସୋଜାଙ୍କୁ ହୃଦଘାତ ଆସିବା କାରଣରୁ ତାଙ୍କୁ କୋକିଳାବେନ୍ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତରଙ୍କ କହିବା ଅନୁସାରେ ଛାତିରୁ ବ୍ଲକେଜ୍ କଢାଯିବା ପରେ ତାଙ୍କୁ ଏବେ ଆଇସିୟୁରେ ରଖା ଯାଇଛି । ରେମୋଙ୍କ ପାଇଁ ତାଙ୍କ ଫ୍ୟାନ୍ସଙ୍କ ସହ ବଲିଉଡର ଜଣାଶୁଣା ସେଲିବ୍ରିଟି ମଧ୍ୟ ପ୍ରାର୍ଥନା କରୁଛନ୍ତି । ଏହି ମଧ୍ୟରେ ଫିଲ୍ମ ଦୁନିଆର ବିଗ୍ ବି ଅମିତାଭ୍ ବଚ୍ଚନ ମଧ୍ୟ ରେମୋଙ୍କ ପାଇଁ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ସେ ଅତି ଶିଘ୍ର ଠିକ ହୋଇଯାଆନ୍ତୁ ବୋଲି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ।
ଅମିତାଭ୍ ବଚ୍ଚନ ଫ୍ୟାନ୍ସଙ୍କ ଦ୍ୱାରା ସେୟାର କରାଯାଇଥିବା ଏକ ଭିଡିଓଟିକୁ ପୁଣିଥରେ ସେୟାର କରି ଲେଖିଛନ୍ତି,‘ଜଲ୍ଦି ଠିକ୍ ହେଇଯାଓ ରେମୋ ମୁଁ ତୁମ ପାଇଁ ପ୍ରାର୍ଥନା କରୁଛି । କୋରିଗ୍ରାଫର ଗୀତା କପୁର ମଧ୍ୟ ଇଂଷ୍ଟାଗ୍ରାମରେ ରେମୋଙ୍କ ସହ ଏକ ଫଟୋ ସେୟାର କରି ଲେଖିଛନ୍ତି , ‘ତୁମ ପାଇଁ ବହୁତସାରା ଭଲପାଇବା ତୁମେ ଅତି ଶିୁଘ୍ର ଠିକ ହୋଇଯାଅ ।
ବ୍ୟାକ୍ ଗ୍ରାଉଣ୍ଡ୍ ଡ୍ୟାନ୍ସରରୁ କୋରିଓଗ୍ରାଫର ଏବଂ ପରେ ନିର୍ଦ୍ଦେଶକ ହେବାର ଜର୍ନି ସହଜ ନଥିଲା କିନ୍ତୁ ସେ ସଫଳ ହୋଇଥିଲେ । ରେମୋ ପ୍ରଥମେ ଫାଲତୁ , ରେସ୍ ୩ ,ଏବିସିଡି- ୨, ଏବଂ ଷ୍ଟ୍ରିଟ୍ ଡ୍ୟାନ୍ସର୍ ଭଳି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ଓ କୋରିଅଗ୍ରାଫି ମଧ୍ୟ କରିଥିଲେ । ସେ ଡ୍ୟାନ୍ସ ପ୍ଲସ୍ ରିଆଲିଟି ସୋର ନିର୍ମାତା ଅଟନ୍ତି ।