ମୁମ୍ବାଇ (ଏଟିଆର ବ୍ୟୁରୋ): ଟେଲିଭିଜନର ରିଅଲିିଟି ସୋ’ ବିଗ୍ ବସ୍ ରେ ନଜର ଆସିଥିବା ସ୍ୱାମୀ ଓମ୍ ଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା ।ଦୀର୍ଘ ଦିନ ହେବ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିଲା । ଚିିକତ୍ସା ପାଇଁ ତାଙ୍କୁ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଜି ତାଙ୍କର ମୃତ୍ୟୁ ହୋଇଛି ।
ମିଳିଥିବା ସୂଚନା ମୁତାବକ, ସ୍ୱାମୀ ଓମ୍ ପାରାଲିସିସ ର ଶିକାର ହୋଇଥିଲେ । ଏହା ପ୍ରଭାବ ତାଙ୍କର ଅଧା ଶରୀର ଉପରେ ପଡିଥିଲା ।
ସୂଚନାଯୋଗ୍ୟ, ୨୦୧୭ ମସିହାରେ ବିଗ୍ ବସ୍ ରେ ନଜର ଆସିଥିଲେ ସ୍ୱାମୀ ଓମ୍ । ଏହି ସିଜିନ୍ ରେ ତାଙ୍କ ପାଇଁ ଅନେକ ବିବାଦ ସୃଷ୍ଟି ହୋଇଥିଲା । ଅନେକ ଥର ସେ ସୋ’ ରେ ନିଜର ଲିମିଟ୍ ମଧ୍ୟ କରିଥିଲେ । ଏପରିକି ତାଙ୍କର ଦୁଇ ପ୍ରତିଦ୍ୱନ୍ଦିଙ୍କ ଉପରେ ୟୁରିନ୍ ମଧ୍ୟ ଫିଙ୍ଗିଥିଲେ । ଯେଉଁଥିପାଇଁ ତାଙ୍କୁ ସୋ’ରୁ ବାହାର କରି ଦିଆଯାଇଥିଲା ।