ମୁମ୍ବାଇ (ଏଟିଆର ବ୍ୟୁରୋ): କୃଷ୍ଣସାର ମୃଗ ଶିକାର ମାମଲାରେ ଯୋଧପୁର କୋର୍ଟ ପକ୍ଷରୁ ସୈଫ୍ ଅଲ୍ଲୀ ଖାନ୍, ସୋନାଲି ବିନ୍ଦ୍ରେ, ନୀଲମ କୋଠାରୀ, ତବୁ ଏବଂ ଦୁଷ୍ୟନ୍ତ ସିଂଙ୍କୁ ନୋଟିସ୍ ଜାରି କରାଯାଇଛି । ରାଜ୍ୟସରକାର କୋର୍ଟରେ ଏମାନଙ୍କୁ ନିର୍ଦ୍ଦୋଶ ଘୋଷଣା କରିବା ନିଷ୍ପତି ବିରୋଧରେ ପିଟିସନ୍ ଦାଖଲ କରିଥିଲେ । ଏହି ପିଟିସନ୍ ଉପରେ ଶୁଣାଣି କରି ଅଭିଯୁକ୍ତଙ୍କ ନାେଁରେ ପୁଣି ଥରେ କୋର୍ଟ ପକ୍ଷରୁ ନୋଟିସ୍ ପଠାଯାଇଛି । ରିପୋର୍ଟ ମୁତାବକ ସୈଫ୍ ଅଲ୍ଲୀ ଖାନ୍, ସୋନାଲି ବିନ୍ଦ୍ରେ,ନୀଲମ କୋଠାରୀ , ତବୁ ଏବଂ ଏବଂ ଦୁଷ୍ୟନ୍ତ ସିଂଙ୍କୁ ସ୍ଥାନୀୟ କୋର୍ଟ ନିର୍ଦ୍ଦୋଷ ଘୋଷଣା କରିଥିଲେ ।
ଖବରମୁତାବକ, ୧୯୮୮ ମସିହାରେ ଫିଲ୍ମ ‘ହମ୍ ସାଥ୍ ସାଥ୍ ହୈ’ର ସୁଟିଂ ସମୟରେ ସଲମାନ୍ ଖାନ୍ ନାଁରେ କୃଷ୍ଣସାର ମୃଗ ଶିକାରର ଅଭିଯୋଗ ଲଗାଯାଇଥିଲା । ଏହି ମାମଲାରେ ତାଙ୍କ ଗିରଫ ମଧ୍ୟ କରାଯାଇଥିଲା । ଏହାସହିତ ସେପ୍ଟମ୍ବର ୨୨, ୧୯୮୮ ରେ ସଲମାନ୍ ଙ୍କ ରୁମ୍ ରୁ ଏକ ରିଭରବଲ୍ ଏବଂ ରାଇଫଲ୍ ଜବତ କରାଯାଇଥିଲା ।
ଏହି ମାମଲାରେ ବନ ବିଭାଗର ଅଧିକାରୀ ଲଳିତ ବୋଡା ଲୁଣି ପୋଲିସ ଥାନାରେ ଅକ୍ଟୋବର ୧୫,୧୯୮୮ ରେ ସଲମାନଙ୍କ ବିରୋଧରେ କେସ୍ ଫାଇଲ୍ କରିଥିଲେ । ଏହି ମାମଲାକୁ ନେଇ ୨୦ ବର୍ଷ ବିତିଗଲା ପରେ ବି ପୁଣି ଥରେ ଏହି ସମସ୍ତ କଳାକାରଙ୍କ ଚିନ୍ତାକୁ ବଢାଇ ଦେଇଛି ।