ମୁମ୍ବାଇ(ଏଟିଆର ବ୍ୟୁରୋ): ବିଗତ ୨୭ ବର୍ଷ ପରେ ବଲିଉଡର ମହାନାୟକ ଅମିତାଭ ବଚ୍ଚନ ଏବଂ ଦିଗଜ୍ ଅଭିନେତା ଋଷି କପୁରଙ୍କୁ ପୁଣି ଥରେ ଗୋଟେ ପରଦାରେ ଦେଖିବାକୁ ପାଇବେ ଦର୍ଶକ । ଫିଲ୍ମ ‘୧୦୨ ନଟ୍ ଆଉଟ୍’ରେ ଏହି ଦୁଇ ମହାରଥୀଙ୍କୁ ଦେଖିବାକୁ ମିଳିବ । ଏବଂ ଏହି ଫିଲ୍ମର ଟ୍ରେଲର ମଧ୍ୟ ରିଲିଜ୍ ହୋଇସାରିଛି ।
ଫିଲ୍ମ ରିଲିଜ୍ ହେବା ପୁର୍ବରୁ ଦୁଇଜଣଙ୍କ ମଧ୍ୟରେ ଏକ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । କଥା କଣ’ କି ସୋନି ପିକ୍ଚର୍ସ ଇଂଣ୍ଡିଆର ୟୁଟୁବ ଚ୍ୟାନେଲରେ ଏକ ଭିଡିଓ ଅପଲୋଡ କରାଯାଇଛି । ଯେଉଁଥିରେ ଦୁଇଜଣ ଅଭିନେତା ପାଉଟ କରି ଫଟୋ ଉଠାଉଥିବା ସହ ମସ୍ତି କରୁଥିବାର ନଜର ଆସୁଛନ୍ତି । ଏହି ଭିଡିଓଟିକୁ ଅଭିନେତା ଅମିିତାଭ ବଚ୍ଚନ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି । ଭିଡିଓରେ ଅମିତାଭ ବଚ୍ଚନ କହିଛନ୍ତି ଯେ, ‘ଚିଣ୍ଟୁଜି ଏବଂ ମୁଁ ଫିଲ୍ମ ‘୧୦୨ ନଟ୍ ଆଉଟ୍’ର ପ୍ରୋମସନ ପାଇଁ ଏଠାକୁ ଆସିଛୁ । ସେଲଫି ନେଇ ଆମେ ଆପଣମାନଙ୍କ ପାଖକୁ ପଠେଇବୁ ଦୟାକରି ପସନ୍ଦ କରିବେ’ । ଏହାପରେ ଦୁହେଁ ଭିଡିଓରେ ପାଉଟ ଫଟୋ ନେଇ ସୋସିଆଲ ମିଡିଆରେ ସେୟାର କରି ଦେଇଥିଲେ ।
୧୯୯୧ରେ ଦୁଇ ଅଭିନେତାଙ୍କୁ ଫିଲ୍ମ ‘ଅଜୁବା’ରେ ଦର୍ଶକମାନେ ଦେଖିବାକୁ ପାଇଥିଲେ । ଏବେ ପୁଣି ଥରେ ଦୁଇଜଣଙ୍କୁ ଦର୍ଶକ ଦେଖିବାକୁ ପାଇବେ । ଏହି ଫିଲ୍ମରେ ଅମିତାଭ ବଚ୍ଚନ ଋଷି କପୁରଙ୍କ ପିତା ଭୂମିକାରେ ନଜର ଆସିବେ । ଏହାର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ଉମେଶ ଶୁକ୍ଲା ।
The pouting club! pic.twitter.com/lL29aBooP1
— Rishi Kapoor (@chintskap) April 26, 2018