ମୁମ୍ବାଇ (ଏଟିଆର ବ୍ୟୁରୋ):୭୫ ବର୍ଷ ବୟସ ହେଲା ପରେ ବି ଫିଲ୍ମରେ ଭିନ୍ନ ଭିନ୍ନ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ହୃଦୟରେ ରାଜ କରୁଛନ୍ତି ବଲିଉଡ ମହାନାୟକ ଅମିତାଭ ବଚ୍ଚନ । ସେ ପୁଣି ଏକ ରେକର୍ଡ କରିଛନ୍ତି, ଏହା କୌଣସି ଫିଲ୍ମର ଅଭିନୟ ପାଇଁ ନୁହେଁ ବରଂ ସେ ସୋସିଆଲ ମିଡିଆର ଫଲୋର୍ସ ତାଲିକାରେ ସବୁଠାରୁ ଶୀର୍ଷରେ ରହିଛନ୍ତି ।
ଆଜ୍ଞା ହଁ, ସବୁବେଳେ ସୋସିଆଲ ମିଡିଆରେ ସକ୍ରିୟ ରହୁଥିବା ଅମିିତାଭ ବଚ୍ଚନଙ୍କ ଫଲୋର୍ସ ତାଲିକା ଦିନକୁ ଦିନ ବଢିବାରେ ଲାଗିଛି । ଫେସବୁକ, ଟ୍ୱିଟର ଏବଂ ଇଂଷ୍ଟାଗ୍ରାମ ଏହି ସବୁଥିରେ ବିଗ୍ ବି ତାଙ୍କ ଜଲୱା ଦେଖାଇଛନ୍ତି ।
ଅମିତାଭଙ୍କର ଫେସବୁକରେ ୩ କୋଟି ରୁ ଉର୍ଦ୍ଧ ଫଲୋର୍ସ ଅଛନ୍ତି ବୋଲି ସେ ନିଜେ ତାଙ୍କ ଫେସବୁକରେ ଜଣାଇଛନ୍ତି । ସେ ତାଙ୍କ ଫେସବୁକରେ ୨୦୦୭ର କିଛି ଫଟୋ ପୋଷ୍ଟ କରି ସେଥିରେ ଲେଖିଛନ୍ତି, ‘ଫେସବୁକରେ ୩୦ ମିଲିଅନ ଫଲୋର୍ସ, ସମସ୍ତଙ୍କ ଭଲ ପାଇବା ପାଇଁ ଧନ୍ୟବାଦ’ ।
ସୂଚନାନୁଯାୟୀ, ଅମିତାଭଙ୍କ ଟ୍ୱିଟର ଆକାଉଣ୍ଟରେ ୩.୪ କୋଟିରୁ ଉର୍ଦ୍ଧ ଫଲୋର୍ସ । ସେହିଭଳି ଇଂଷ୍ଟଗ୍ରାମରେ ୮୦ ଲକ୍ଷ ରୁ ଉର୍ଦ୍ଧ ଫଲୋର୍ସ ।
ନିକଟରେ ରିଲିଜ ହୋଇଥିବା ଫିଲ୍ମ ‘୧୦୨ ନଟ ଆଉଟ’ରେ ଅମିତାଭ ଏବଂ ଋଷୀ କପୁରଙ୍କୁ ବଡ ବରଦାରେ ଏକାଠି ଦେଇବାକୁ ପାଇଥିଲେ ଦର୍ଶକ ।