ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପୁଣି ଚର୍ଚ୍ଚାରେ ବଲିଉଡ ଅଭିନେତା ସୋନୁ ସୁଦ୍ । ଏଥରକ ଛାତ୍ରଛାତ୍ରୀଙ୍କ ସମର୍ଥନରେ ସ୍ୱର ଉଠାଇଛନ୍ତି ସୋନୁ ଏବଂ ଅଫଲାଇନ ବୋର୍ଡ ପରୀକ୍ଷା କରିବାକୁ ନେଇ ଅନେକ ପ୍ରଶ୍ନ ଉଠାଇଛନ୍ତି ।
ସୋନୁ କହିଛନ୍ତି କି, ଏଭଳି ସମୟ ଯେଉଁ ସମୟରେ କରୋନା ଦ୍ରୁତ ଗତିରେ ବ୍ୟାପି ଚାଲିଛି ସେହି ସମୟରେ ପିଲାଙ୍କର ଅଫଲାଇନ ପରୀକ୍ଷା କରିବା ନିଷ୍ପତି ଠିକ୍ ନୁହେଁ । ପରୀକ୍ଷାର କୌଣସି ଅନ୍ୟ ଉପାୟ ଦେଖିବା ଉଚିତ୍ ।
ସୋସିଆଲ ମିଡିଆରେ ଭିଡିଓ ମେସେଜ ପୋଷ୍ଟ କରି ସୋନୁ କହିଛନ୍ତି କି, ବର୍ତ୍ତମାନ ଆମ ଦେଶରେ ପିଲାମାନେ ବୋର୍ଡ ପରୀକ୍ଷା ପାଇଁ ପ୍ରସ୍ତୁତ କରୁଛନ୍ତି । କିନ୍ତୁ ମୋତେ ଲାଗୁନି ସେମାନେ ଏଥିପାଇଁ ପ୍ରସ୍ତତ । କାରଣ ସାଉଦି ଆରବରେ ଯେଉଁଠି ମାତ୍ର ୬୦୦ କେସ୍ ସେଠି ପରୀକ୍ଷା ବାତିଲ କରାଯାଇଛି । ସେହିପରି ମେକ୍ସିକୋରେ ୧୨୦୦ କେସ୍ ଏବଂ କୁଏତରେ ୧୫୦୦ କେସ୍ ରେ ପରୀକ୍ଷା ରଦ୍ଦ କରାଯାଇଛି ।
ସେହିପରି ଭାରତ ବିଷୟରେ ସୋନୁ କହିଛନ୍ତି କି, ଆମ ଦେଶରେ ସିବିଏସଇ ପରୀକ୍ଷା ହେଉଛି । ମୋତେ ଲାଗୁନି କି ଆମ ଦେଶର ଛାତ୍ର ଏବଂ ସିଷ୍ଟମ ବତ୍ତର୍ମାନ ସମୟରେ ପରୀକ୍ଷା ପାଇଁ ପ୍ରସ୍ତୁତ । ଏଠାରେ ଦୈନିକ ଏକ ଏକ ଲକ୍ଷ ଉପରେ କରୋନା ମାଲା ଚିହ୍ନଟ ହେଉଛି ଏବଂ ଅମେ ପରୀକ୍ଷା କରିବା ପାଇଁ ବିଚାର କରୁଛୁ । ଯାହା ବିଲକୁଏ ଅନୁଚିତ୍ । ଆମକୁ ଇଂଟରନାଲ ଆସେଷ୍ଟାଣ୍ଟ କରି ଛାତ୍ରଛାତ୍ରୀଙ୍କ ସମର୍ଥନ କରିବା ଉଚିତ୍ । ଯେତେବେଳେ ଲକଡାଉନ୍ କଥା ଉଠୁଛି ସେଠି ପରୀକ୍ଷା ହେଉଛି । ଆମକୁ ଛାତ୍ରଛାତ୍ରୀଙ୍କ ସମର୍ଥନରେ ଅସିବା ଉଚିତ୍ ।