ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ତେଲୁଗୁ ଫିଲ୍ମର ସୁଟିଂ ପାଇଁ ବଲିଉଡ ଅଭିନେତା ସୁନୀଲ ସେଟ୍ଟୀ ମନାଲିରେ ପହଁଚିଛନ୍ତି । ଅବଶ୍ୟ ମନାଲିରେ ପହଁଚିବା ପାଇଁ ତାଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଛି ।
ସୁନୀଲସେଟ୍ଟୀ ଗୁରୁବାର ଦିନ ସକାଳୁ ଚଣ୍ଡୀଗଡରୁ ମନାଲିର ଭୁଂତର ବିମାନ ବନ୍ଦର ପାଇଁ ଚାଟାର୍ଡ ପ୍ଲେନରେ ଆସୁଥିଲେ । କିନ୍ତୁ ପାଗ ଖରାପ ଥିବା ହେତୁ ଏୟାର ଟ୍ରାଫିକ କଣ୍ଟ୍ରୋଲର ତାଙ୍କୁ ଫେରି ଯିବା ପାଇଁ କହିଥିଲେ । ଏହାପରେ ସେ ରାଜପଥ ରେ ମନାଲି ପାଇଁ ବାହାରିଲେ । କିନ୍ତୁ ରାଜପଥରେ ମଧ୍ୟ କୌଣସି କାରଣ ପାଇଁ ଭିଡରେ ଫସି ରହି ବିଳମ୍ବିତ ରାତିରେ ମନାଲୀରେ ପହଁଚିଥିଲେ ।