ମୁମ୍ବାଇ (ଏଟିଆର ବ୍ୟୁରୋ): ନିକଟରେ ଜାହ୍ନବି କପୁର ତାଙ୍କ ଫିଲ୍ମ ‘ଧଡକ’ର ସୁଟିଂ ଶେଷ କରି ତାଙ୍କ ଭାଇ ଅର୍ଜୁନ କପୁରଙ୍କ ସହିତ ସଂପର୍କ ଦୃଢ କରିବା ପାଇଁ ଖୁବ୍ ଲାଗି ପଡିଛନ୍ତି । କିଛି ଦିନ ପୂର୍ବରୁ ଜାହ୍ନବି ଏବଂ ତାଙ୍କ ପିତା ବୋନି କପୁରଙ୍କୁ ଏକାଠି ଦେଖିବାକୁ ମିଳିଥିଲା ।
ସେଠାରେ ଜାହ୍ନବି ଗୁଚି ବ୍ରାଣ୍ଡର ଫିକା ଗୋଲାପି ରଙ୍ଗର ଏକ ଟି-ସାର୍ଟ ଏବଂ ଗଳା ରଙ୍ଗର ଜୋତା ପିନ୍ଧିଥିଲେ । ଯାହାର ମୂଲ୍ୟ ଜାଣିଲେ ଆପଣଙ୍କ ହୋସ ଉଡିଯିବ । ଆଜ୍ଞା ହଁ, ଏହାର ହାରାହାରି ମୂଲ୍ୟ ହେଉଛି ୧୪୩୨୬୧ ।
ଜାହ୍ନବିଙ୍କ ଟି-ସାର୍ଟ ମୂଲ୍ୟ $୯୫୦ ମାନେ ଭାରତୀୟ ମୁଦ୍ରା ହିସାବରେ ୬୩୫୯୭ ଟଙ୍କା ଏବଂ କଳା ରଙ୍ଗର ଜୋତାର ମୂଲ୍ୟ $୧୧୯୦ ମାନେ ୭୯୬୬୪ ଟଙ୍କା ।
ସୂଚନା ଅନୂଯାୟା, ଅର୍ଜୁନ କପୁର ଖୁବ୍ ଶୀଘ୍ର ତାଙ୍କ ଫିଲ୍ମ ‘ନମସ୍ତେ ଇଂଲଣ୍ଡ’ସୁଟିଂ ଶେଷ କରି ୩ ଭଉଣୀ ତଥା ଜାହ୍ନବି,ଖୁସି ଏବଂ ଅଂଶୁଳାଙ୍କୁ ନେଇ ଲଣ୍ଡନ ବୁଲିବା ପାଇଁ ଯିବେ ବୋଲି ଶୁଣିବାକୁ ମିଳୁଛି ।