ମୁମ୍ବାଇ (ଏଟିଆର ବ୍ୟୁରୋ): ବଲିଉଡର ଡ୍ରାମା କୁଇନ୍ ରାକ୍ଷୀ ସାୱାନ୍ତଙ୍କୁ ତ ଆପଣ ନିଶ୍ଚିତ ଭାବେ ଜାଣିଥିବେ । ଯିଏ ସର୍ବଦା ବିଭିନ୍ନ ପ୍ରସଙ୍ଗକୁ ନେଇ ବୟାନ ଦେଇଥାନ୍ତି । ସେ ତେଣିକି କାହାକୁ କମେଂଟ ମାରିବାରେ ହେଉ ଅବା ରାଜନୈତିକ ଦଳ ଗଠନ କରିବା ମାମଲାରେ । ସବୁବେଳେ ଗଣମାଧ୍ୟମ ସାମ୍ନାରେ ଚର୍ଚ୍ଚାରେ ରହିଥାନ୍ତି । ନିକଟରେ ସେ ତନ୍ନୁଶ୍ରୀ ଦତ୍ତାଙ୍କୁ ନେଇ କହିଥିବା ବିବାଦୀୟ ମନ୍ତବ୍ୟ ପାଇଁ ତନ୍ନୁଶ୍ରୀ ରାକ୍ଷୀଙ୍କ ବିରୋଧରେ ୧୦ କୋଟିର ମାନହାନି ମକଦମା କରିଥିଲେ । ତାର ପାଲଟା ଜବାବରେ ରାକ୍ଷୀ ୫୦ କୋଟିର କେସ୍ ପାଇଁ ଧମକ ଦେଇଛନ୍ତି ।
ଫିଲ୍ମ ‘ଅଗ୍ନିଚକ୍ର’ ରେ ନିଜର କ୍ୟାରିୟର ଆରମ୍ଭ କରିଥିବା ରାକ୍ଷୀ ବଲିଉଡରେ ଅନେକ ଆଇଟମ୍ ଗୀତରେ ଡ୍ୟାନ୍ସ କରିଛନ୍ତି । କେବଳ ଏତିକି ନୁହେଁ ସେ ସର୍ବଦା ତାଙ୍କର ବିବାଦୀୟ ବୟାନ ଏବଂ ଖରାପ ବେଶ ପୋଷାକ ପାଇଁ ଚର୍ଚ୍ଚାରେ ରହିଥାନ୍ତି । ଟେଲିଭିନର ରିଅଲିଟ୍ ସୋ’ ଜରିଆରେ ସେ ତାଙ୍କ ସ୍ୱୟଂବର ମଧ୍ୟ କରି ସାରିଛନ୍ତି । ଯାହାର ନାମ ଥିଲା ‘ରାକ୍ଷୀ କା ସ୍ୱୟଂବର’ । ୨୦୦୯ରେ ହୋଇଥିବା ଏହି ସୋ’ରେ ରାକ୍ଷୀ ଟୋରେଣ୍ଟର ଏକ ପ୍ରତିଯୋଗୀଙ୍କୁ ବିବାହ କରିଥିଲେ । ବାହାଘରର କିଛି ମାସ ପରେ ଅଲଗା ହୋଇଯାଇଥିଲେ ।
ରାକ୍ଷୀଙ୍କ ପିତା ଆନନ୍ଦ ସାୱାନ୍ତ ମୁମ୍ବାଇର ପୋଲିସ କନେଷ୍ଟବଳ ଥିଲେ । ରାକ୍ଷୀ ତାଙ୍କ ମା’ଙ୍କ ସହିତ ମୁମ୍ବାଇରେ ରୁହନ୍ତି । ତାଙ୍କର ବୋଲ୍ଡ ବୟାନରେ କେତେବେଳେ ସ୍ତନ ଦାନ କରିବା କଥା କହିଥାନ୍ତି ତ ଆଉ କେତେବେଳେ ସୋସିଆଲ ମିଡିଆରେ ବୋଲ୍ଡ ଫଟୋ ସେୟାର କରିଥାନ୍ତି ।
ରାକ୍ଷୀ କୌଣସି କୋଟିପତିଙ୍କ ଠାରୁ କମ୍ ନୁହଁନ୍ତି । ତାଙ୍କର ମୁମ୍ବାଇରେ ଦୁଇଟି ଫ୍ଲାଟ୍ ଏବଂ ଗୋଟିଏ ବଙ୍ଗଳା ରହିଛି । ଯାହାର ମୂଲ୍ୟ ହାରାହାରି ୧୧ କୋଟି ଟଙ୍କା । କେବଳ ଏତିକି ନୁହେଁ ସେ ହାରାହାରି ୩୦ କୋଟି ସମ୍ପତ୍ତିିର ମାଲିକାଣି ଅଟନ୍ତି । ଏହାସହିତ ତାଙ୍କ ପାଖରେ ୨୧.୬ ଲକ୍ଷର ଏକ କାର୍ ମଧ୍ୟ ଅଛି । ସେ ତାଙ୍କର ଷ୍ଟେଜ୍ ପରଫରମାନ୍ସ ଦେଇ ଏତେ ସମ୍ପତ୍ତିିର ମାଲିକାଣି ହୋଇପାରିଛନ୍ତି ।
ଏବେ ରାକ୍ଷୀ ହାତ ଧୋଇ ତନ୍ନୁଶ୍ରୀଙ୍କ ପଛରେ ପଡିଯାଇଛନ୍ତି । ତନ୍ନୁଶ୍ରୀ ଜଣେ ପୁଅ ଏବଂ ସେ ବାରମ୍ବାର ରାକ୍ଷୀଙ୍କୁ ଦୁଷ୍କର୍ମ କରିଥିବାର ଅଭିଯୋଗ ଆଣିଛନ୍ତି । ବଲିଉଡରେ ମିଠୁ ଅଭିଯାନ ନ ଯାଉଣୁ ପୁଣି ସିଠୁର ଝଡ ଆଣିଛନ୍ତି ରାକ୍ଷୀ । ଯେଉଁଥି ପାଇଁ ତନ୍ନୁଶ୍ରୀ ରାକ୍ଷୀଙ୍କ ନାଁରେ ମାନହାନି ମକଦମା କରିଛନ୍ତି ।