ମୁମ୍ବାଇ (ଏଟିଆର ବ୍ୟୁରୋ): ସୋସିଆଲ ମିଡିଆ ଏଭଳି ଏକ ପ୍ଲାଟଫର୍ମ, ଯେଉଁଠି ଯଦି ଜଣେ ଷ୍ଟାରଙ୍କର କୌଣସି କଥା ଫ୍ୟାନ୍ସଙ୍କୁ ପସନ୍ଦ ଆସିଲାନି ତେବେ ସେହି ଷ୍ଟାରଙ୍କୁ ଟ୍ରୋଲର ଶିକାର ହେବାକୁ ପଡିଥାଏ । ଏଭଳି ସମାନ ପରିସ୍ଥିତି ମନ୍ଦିରା ବେଦୀଙ୍କ ସହିତ ହୋଇଛି । ସେ ତାଙ୍କର ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଯାହା ତାଙ୍କ ଫ୍ୟାନ୍ସଙ୍କୁ ପସନ୍ଦ ଆସୁନାହିଁ । ଯାହାଫଳରେ ତାଙ୍କୁ ଟ୍ରୋଲ ହେବାକୁ ପଡିଛି । ପ୍ରକୃତରେ ଗତକାଲି ସାରା ଦେଶରେ ବିବାହିତ ନାରୀମାନେ କରୱାଚୌଥ ବ୍ରତ ରଖିଥିଲେ । ଏଥିରୁ ସେଲିବ୍ରେଟିମାନେ ବି ବାଦ୍ ପଡିନାହାନ୍ତି । ସେମାନେ ବି ନିଜ ନିଜ ହିସାବରେ ବ୍ରତ ରଖି ଏହି ଉତ୍ସବ ପାଳନ କରିଛନ୍ତି । ଇତି ମଧ୍ୟରେ ମନ୍ଦିରା ବେଦୀ ବି ଏହି ବ୍ରତ ରଖିବା ସହିତ ସୋସିଆଲ ମିଡିଆରେ ତାଙ୍କ ପତିଙ୍କ ସହ ଏକ ଫଟୋ ସେୟାର କରିବା ସହ ଲୋକଙ୍କ ଶୁଭେଚ୍ଛା ଜଣାଇଛନ୍ତି । ତାଙ୍କର ଏହି ଫଟୋ ଦେଖି ଫ୍ୟାନ୍ସମାନେ ରାଗି ଯିବା ସହ ତାଙ୍କୁ ଟ୍ରୋଲ କରିଛନ୍ତି ।
କରୱା ଚୌଥ ଅବସରରେ ସେୟାର ହୋଇଥିବା ଏହି ଫଟୋରେ ମନ୍ଦିରା ଶାଢୀ ଏବଂ ଲାଲ ବିନ୍ଦିରେ ନଜର ଆସୁଛନ୍ତି । ସବୁଠାରୁ ବଡ କଥା ହେଉଛି ଏହି ଫଟୋରେ ପତି-ପତ୍ନୀ ଦୁହେଁ ହାତରେ ୱାଇନ ଗ୍ଲାସ ଧରିଥିବାରୁ ତାଙ୍କୁ ଟ୍ରୋଲ କରାଯାଇଛି ।