ମୁମ୍ବାଇ (ଏଟିଆର ବ୍ୟୁରୋ): ୬୬ତମ ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର ଘୋଷଣା ହୋଇଯାଇଛି । ବର୍ଷ ୨୦୧୮ ରେ ରିଲିଜ୍ ହୋଇଥିବା ଅନେକ ଫିଲ୍ମ ମଧ୍ୟରୁ ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ ‘ଅନ୍ଧାଧୁନ’ କୁ ବେଷ୍ଟ ହିନ୍ଦୀ ଫିଲ୍ମ ପୁରସ୍କାର ମିଳିଛି । ଏହି ଫିଲ୍ମରେ ଆୟୁଷ୍ମାନଙ୍କ ସହିତ ରାଧିକା ଆପ୍ଟେ ଏବଂ ତବ୍ୱୁ ମୁଖ୍ୟ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଏହାବ୍ୟତିତ ସଞ୍ଜୟଲୀଳା ଭଂସାଳୀଙ୍କ ଫିଲ୍ମ ‘ପଦ୍ମାବତ’ ର ଘୁମର ଗୀତକୁ ବେଷ୍ଟ କୋରିଓଗ୍ରାଫି ପୁରସ୍କାର ମିଳିଛି ।
ବେଷ୍ଟ୍ ମ୍ୟୁଜିକ୍ ପୁରସ୍କାର ବି ଭଂସାଳୀଙ୍କ ଫିଲ୍ମ ‘ପଦ୍ମାବତ’ ଙ୍କୁ ମିଳିଛି । ସେହିପରି ବେଷ୍ଟ ସିଙ୍ଗର ପୁରସ୍କାର ଅରଜିତ୍ ସିଂ, ବେଷ୍ଟ୍ ଆକ୍ଟର ମେଲ୍ ପୁରସ୍କାର ଦୁଇଜଣ ଅଭିନେତା ତଥା ଆୟୁଷ୍ମାନ ଖୁରାନା ଏବଂ ବିକି କୌଶାଲଙ୍କୁ ମିଳିଛି ।
ତେବେ ଆସନ୍ତୁ ନଜର ପକାଇବା ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର ୨୦୧୯ ର ତାଲିକା:
ସର୍ବଶ୍ରେଷ୍ଠ ହିନ୍ଦୀ ଫିଲ୍ମ: ଅନ୍ଧାଧୁନ୍
ବେଷ୍ଟ ଫିଲ୍ମ ଫ୍ରେଣ୍ଡଲି ଷ୍ଟେଟ୍: ଉତ୍ତରାଖଣ୍ଡ
ବେଷ୍ଟ୍ କୋରିଓଗ୍ରାଫର: ଜ୍ୟୋତି (ଘୁମର, ପଦ୍ମାବତ)
ବେଷ୍ଟ ସର୍ଟ ଫିଚର ଫିଲ: ଖରବସ
ବେଷ୍ଟ ସ୍ପୋର୍ଟ୍ସ ଫିଲ୍ମ: ସ୍ୱିମିଙ୍ଗ ଥ୍ରୁ ଦ ଡାର୍କନେସ୍
ବେଷ୍ଟ ଫିଲ୍ମ କ୍ରିଟିକ୍(ହିନ୍ଦୀ): ଅନନ୍ତ ବିଜୟ
ବେଷ୍ଟ ମରାଠି ଫିଲ୍ମ: ଭୋଙ୍ଗା
ବେଷ୍ଟ ରାଜସ୍ଥାନୀ ଫିଲ୍ମ: ଟର୍ଟଲ
ସର୍ବଶ୍ରେଷ୍ଠ ଗାରୋ ଫିଲ୍ମ: ଆନ୍ନା
ସର୍ବଶ୍ରେଷ୍ଠ ତାମିଲ ଫିଲ୍ମ: ବରମ
ସର୍ବଶ୍ରେଷ୍ଠ ଉର୍ଦୁ ଫିଲ୍ମ: ହାମିଦ୍
ସର୍ବଶ୍ରେଷ୍ଠ ବଙ୍ଗାଳି ଫିଲ୍ମ: ଏକ ଜେ ଛିଲୋ ରାଜା
ସର୍ବଶ୍ରେଷ୍ଠ ମଲୟାଲାମ ଫିଲ୍ମ: ସୁଡାନି ଫ୍ରାମ ନାଇଜେରିୟା
ସର୍ବଶ୍ରେଷ୍ଠ ତେଲୁଗୁ ଫିଲ୍ମ: ମହାଂତି