ମୁମ୍ବାଇ (ଏଟିଆର ବ୍ୟୁରୋ): ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯେତେବେଳେ ବି ଶତୃତା ବଢିଥାଏ,ତେବେ ସେହି ସମୟରେ ସାନିଆ ମିର୍ଜା ଏବଂ ଅଦନାନ ଭଳି ହସ୍ତିଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡିଥାଏ । ପୁଲୱାମା ହମଲାର ୧୨ ଦିନ ପରେ ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ପାକିସ୍ତାନ ସୀମା ପାର କରି ଆତଙ୍କବାଦୀ ଆଡା ଉପରେ ବୋମା ବର୍ଷା କରିଥିଲା । ଏଥିରେ ୩୦୦ ଆତଙ୍କବାଦୀ ନିପାତ ହୋଇଥିବାର ସୂଚନା ମିଳିଥିଲା । ପାକିସ୍ତାନ ଉପରେ ଭାରତର ଏଭଳି ପ୍ରତିଶୋଧ ପାଇଁ ଚାରିଆଡେ ଖୁସିର ଲହରୀ ଖେଳିଯିବା ସହ ପ୍ରଧାନମନ୍ତ୍ରୀ ସମସ୍ତେ ପ୍ରଶଂସା କରିଛନ୍ତି । ଇତି ମଧ୍ୟରେ ଗାୟକ ଅଦନାନ ସମୀ ମଧ୍ୟ ଭାରତୀୟ ବାୟୁସେନାଙ୍କ କାର୍ଯ୍ୟକୁ ସମର୍ଥନ ଜଣାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି । ସେ ସୋସିଆଲ ମିଡିରେ ଭାରତୀୟ ବାୟୁସେନା ଏବଂ ମୋଦିଙ୍କୁ ପ୍ରଶଂସା କରିଛନ୍ତି । ଏହାପରେ ପାକିସ୍ତାନ ପକ୍ଷରୁ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଛି । ପାକିସ୍ତାନରେ ଜନ୍ମ ହୋଇଥିବା ଅଦନାନ ସାମୀ ବହୁତ ଆଗରୁ ଭାରତୀୟ ନାଗରିକ ହୋଇ ସାରିଛନ୍ତି । ସେବେଠାରୁ ତାଙ୍କୁ ପାକିସ୍ତାନ ପକ୍ଷରୁ ସମାଲୋଚନା କରିବା ପାଇଁ କିଛି ବି ମଉକା ଛଡା ଯାଏ ନାହିଁ ।
ଭାରତ ପ୍ରଧାନମନ୍ତ୍ରୀଙ୍କୁ ଅଦନାମ ପ୍ରଶଂସା କରିବାରୁ ତାଙ୍କୁ ଦେଶଦ୍ରୋହୀ କହି ପାକିସ୍ତାନ ସମାଲୋଚନା କରିଛି । ମାମଲାକୁ ନେଇ ଅଦନାନ ମଧ୍ୟ ଚୁପ୍ ବସି ନାହାନ୍ତି । ସେ ପାଲଟା ଜବାବରେ ପାକିସ୍ତାନ ଉପରେ ବର୍ଷିବା ସହିତ କହିଛନ୍ତି କି ମୁଁ ହୃଦୟରୁ ଭାରତବାସୀଙ୍କ ସହିତ ଅଛି । ଆଗକୁ ମଧ୍ୟ ଭାରତୀୟ ସେନା ଏବଂ ସରକାରଙ୍କ କାର୍ଯ୍ୟକାରୀକୁ ସମର୍ଥନ କରିବି ।
ଅଦନାନ ସାମିଙ୍କ କହିବାନୁଯାୟୀ ସୋସିଆଲ ମିଡିଆରେ ଏଭଳି ନେଗେଟିଭ୍ ମେସେଜ୍ ପାଇଁ ତାଙ୍କୁ ଆଗରୁ ଡର ଲାଗିବା ସହ ଖରାପ ମଧ୍ୟ ଲାଗୁଥିଲା । କିନ୍ତୁ ଏବେ ସେ ସେହି ଅଭ୍ୟାସରେ ପଡିଗଲେଣି । ଯେକୌଣସି ବ୍ୟକ୍ତି ତାଙ୍କର ନାଗରିକତା ଏବଂ ଭାରତ ପ୍ରତି ତାଙ୍କ ଭଲ ପାଇବାକୁ ସମାଲୋଚନା କରିବ ସେ ତାଙ୍କ କଡା ଜବାବ ଦେବେ । ଏହାସହିତ ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେଉଥିବା ପାକିସ୍ତାନ ବିରୋଧରେ ଭାରତୀୟ ସେନାର ଆକ୍ସନ ସ୍ୱାଗତ ଯୋଗ୍ୟ ଅଟେ ।