ମୁମ୍ବାଇ ( ଏଟିଆର ବ୍ୟୁରୋ): ବଲଉଡ କଥା ମନକୁ ଆସିଲେ ପ୍ରଥମେ ମନକୁ ଆସେ ଗଡ ଫାଦର ଶବ୍ଦ । ତାହା ମଧ୍ୟ ବାସ୍ତବ ସତ୍ୟ, ବଲିଉଡରେ ଆଜି ରାଜ କରୁଥିବା ଅନେକ ବାପାଙ୍କ ପିଲାମାନେ ବଲିଉଡରେ ସେମାନଙ୍କ ସ୍ଥାନ ଜାହିର କରିଛନ୍ତି । ସେହିଭଳି ବଲିଉଡର ଏମିତି କିଛି ଅଭିନେତା ଅଛନ୍ତି ଦିନ ଥିଲା ସେମାନେ ରାଜ କରୁଥିଲେ ମାୟାନଗରୀରେ । ହେଲେ ସେମାନଙ୍କ ପୁଅ ବଲିଉଡରେ ଦେଖାଇ ପାରି ନାହାନ୍ତି ନିଜର ଜଲୱା । ସେହିଭଳି ଜଣେ ଅଭିନେତା ହେଉଛନ୍ତି ଜିତେନ୍ଦ୍ର ।
ଜିତେନ୍ଦ୍ର ତାଙ୍କ ସମୟରେ ବଲିଉଡରେ ବହୁ ବର୍ଷ ଧରି ରାଜ କରିଛନ୍ତି । ହେଲେ ତାଙ୍କ ପୁଅ ତୁଷାର କପୁର କିନ୍ତୁ ବାପାଙ୍କ ପରି ସେତେଟା ସଫଳତା ସାଉଣ୍ଟି ପାରି ନାହାଁନ୍ତି । ମୁଝେ କୁଛ କେହେନା ହେ ରୁ କ୍ୟାରିଅର ଆରମ୍ଭ କରିଥିବା ତୁଷାର କିନ୍ତୁ ଆଗାମୀ ଦିନରେ ସେମିତି କିଛି ଦମଦାର ଅଭିନୟରେ ଦେଖା ଦେଇ ନାହାନ୍ତି । ସେହିଭଳି ଆଉ ଜଣେ ଅଭିନେତା ହେଉଛନ୍ତି ମିଥୁନ ଚକ୍ର ବର୍ତ୍ତୀ । ତାଙ୍କ ପୁଅଙ୍କୁ ମଧ୍ୟ ଗୋଟିଏ ସିନେମାରେ ଦେଖିବାକୁ ମିଳିଥିଲା । ମାତ୍ର ପରେ ତାଙ୍କୁ ଆଉ ସେମିତି କିଛି ସିନେମାରେ ଦେଖିବାକୁ ମିଳି ନାହିଁ ।
ଅନୁପମ ଖେର ଆଜି ବି ବଲିଉଡରେ ତାଙ୍କ ସ୍ଥିତି ଜାହିର କରୁଛନ୍ତି । ହେଲେତାଙ୍କ ପୁଅ ସିକେନ୍ଦର ଖେରଙ୍କ ସିନେମା ଲାଇଫ ଏତେ ଭଲ ରହିନାହିଁ । ୨୦୦୮ ମସିହାରେ ତାଙ୍କ ଏକ ସିନେମା ପ୍ରେକ୍ଷାଳୟକୁ ଆସିଥିଲା । ସେହିଭଳି ଅଭିନେତା ଫିରୋଜ ଖାନଙ୍କ ପୁଅ ଫରଦିନ ଖାନ ମଧ୍ୟ ସିନେ ଜଗତରେ ଭାଗ୍ୟ ପରୀକ୍ଷା ଦେଇଛନ୍ତି । ୨୦୧୦ ମସିହାରେ ସେ ଦୁହ୍ଲା ମିଲ ଗୟା ସିନେମାରେ ନଜର ଆସିଥିଲେ ।