ମୁମ୍ବାଇ (ଏଟିଆର ବ୍ୟୁରୋ): ଡ୍ରଗ୍ସ ମାମଲାରେ ଗିିରଫ ହୋଇଥିବା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତିଙ୍କୁ ସର୍ତ୍ତମୂଳକ ଭାବେ ବମ୍ବେ ହାଇକୋର୍ଟରୁ ଜାମିନ ମିଳିଛି । ଏକ ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚାଳିକା ବଦଳରେ ରିୟାଙ୍କୁ ଜାମିନ ଦିଆଦିବା ସହିତ ତାଙ୍କ ପାସପୋର୍ଟ ଜମା କରିବାକୁ କୁହାଯାଇଛି । ଏହାସହିତ ମୁମ୍ବାଇ ବାହାରକୁ ଯିବା ପାଇଁ ହେଲେ ରିୟାଙ୍କୁ ଅନୁମତି ନେବାକୁ ପଡିବ ବୋଲି କୋର୍ଟ ରାୟ ଦେଇଛନ୍ତି । କିନ୍ତୁ ରିୟାଙ୍କ ଭାଇ ଶୌଭିକ ଚକ୍ରବର୍ତ୍ତି ଏବଂ ଅବଦୁଲ ବାସିତ ପରିହାରଙ୍କ ଜାମିନକୁ ଖାରଜ କରି ଦିଆଯାଇଛି । ଏହି ମାମଲାରେ ରିୟାଙ୍କ ବ୍ୟତିତ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ମଧ୍ୟ ଜାମିନ ମିଳିଛି । ରିୟାଙ୍କ ବ୍ୟତିତ ଯେଉଁ ଦୁଇ ଜଣଙ୍କୁ ଜାମିନ ଦିଆଯାଇଛି , ସେମାନଙ୍କ ମଧ୍ୟରେ ଦୀପେଶ ସାୱନ୍ତ ଏବଂ ସ୍ୟାମୁଏଲ ମିରାଣ୍ଡା ସାମିଲ ଅଛନ୍ତି । ଭିଡିଓ କନଫରେନସିଙ୍ଗ ଜରିଆରେ ବମ୍ବେ ହାଇକୋର୍ଟ ମାମଲାର ଶୁଣାଣି କରିଛନ୍ତି ।
ଶୁଣାଣି ସମୟରେ କୋର୍ଟ ପକ୍ଷରୁ କୁହାଯାଇଛି କି, ଜାମିନ ପରେ ରିୟାଙ୍କୁ ୧୦ ଦିନ ପାଇଁ ପୋଲିସ ଷ୍ଟେସନରେ ନିଜର ଉପସ୍ଥିତି ଦାଖଲ କରିବାକୁ ହେବ । ଏହାବ୍ୟତିତ ରିୟାଙ୍କୁ ତାଙ୍କ ପାସପୋର୍ଟ ଜମା କରିବାକୁ ପଡିବ । ସେହିପରି କୋର୍ଟର ବିନା ଅନୁମତିରେ ବିଦେଶ ଯାତ୍ରା କରି ପାରିବେ ପାହିଁ ରିୟା ।