ମୁମ୍ବାଇ (ଏଟିଆର ବ୍ୟୁରୋ): ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ସର୍ବଦା ରଣବୀର ସିଂଙ୍କ ସହିତ ତାଙ୍କ ସଂପର୍କକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ପୁଣିଥରେ ମିଡିଆରେ ତାଙ୍କ ନାଁ ଚର୍ଚ୍ଚା ହେଉଛି । ସେ ଏଥରକ ତାଙ୍କ ସଂପର୍କକୁ ନେଇ ନୁହେଁ ବରଂ ତାଙ୍କ ଡ୍ରେସକୁ ନେଇ ଚର୍ଚ୍ଚାରେ ।
ନିକଟରେ ହୋଇଥିବା ମେଟ ଗାଲା ୨୦୧୮ର ରେଡ କାର୍ପେଟରେ ଦୀପିକା ଏକ ରେଡ ଡ୍ରେସ ପିନ୍ଧି ସମସ୍ତଙ୍କୁ ଖୁବ୍ ପ୍ରଭାବିତ କରିଥିଲେ । କିନ୍ତୁ ଦୀପିକାଙ୍କ ଏହି ଡ୍ରେସ ତାଙ୍କ ଫ୍ୟାନ୍ସ ମାନଙ୍କୁ ପସନ୍ଦ ଆସିନଥିଲା । ଯେଉଁଥି ପାଇଁ ଦୀପିକାଙ୍କୁ ସୋସିଆଲ ମିଡିଆରେ ଅଜବ ଗଜବ ପ୍ରକାରର କମେଣ୍ଟସ୍ ର ଶିକାର ହେବାକୁ ପଡିଥିଲା ।
ଆଜ୍ଞା ହଁ,ସୋସିଆଲ ମିଡିଆ ୟୁଜର୍ସମାନେ ଦୀପିକାଙ୍କ ଏହି ଫଟୋକୁ ଖୁବ୍ ଟ୍ରୋଲ କରିଛନ୍ତି । ୟୁଜର୍ସ ମାନଙ୍କ ମଧ୍ୟରୁ କିଏ ଲେଖିଛନ୍ତି ଏହି ଡ୍ରେସରେ ପୂରା ଫ୍ଲୋର ସଫା ହୋଇଯିବ, ତ ଆଉ କିଏ ଲେଖିଛନ୍ତି କପଡା ନଷ୍ଟ କର ନାହିଁ ।
ଦୀପିକା ସେହି କଳାକାର ମାନଙ୍କ ମଧ୍ୟରୁ ଜଣେ ଯିଏ ସର୍ବଦା ସୋସିଆଲ ମିଡିଆରେ ସକ୍ରିୟ ରହିଥାନ୍ତି । ଏବଂ ନୂଆ ନୂଆ ଫଟୋ ସେୟାର କରିଥାନ୍ତି ।