ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବଲିଉଡ ଜଗତରେ ସର୍ବଦା କଳାକାରଙ୍କ ଫି’ ଚର୍ଚ୍ଚାରେ ରହିଥାଏ । ପ୍ରକୃତର କେଉଁ କଳାକାର ଅଧିକ ଫି ପାଉଛନ୍ତି ସେନେଇ ଆଲୋଚନା ହୋଇଥାଏ । ଖାସ୍ କରି ପୁରୁଷ କଳାକାରଙ୍କ ଠାରୁ ମହିଳା କଳାକାରଙ୍କ ଫି’ କମ ଥାଏ ବୋଲି ଚର୍ଚ୍ଚା ହୋଇଥାଏ । କିନ୍ତୁ ବଲିଉଡରେ ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଗୋଟେ ଫିଲ୍ମ ପାଇଁ ଅଭିନେତା ମାନଙ୍କଠାରୁ ଅଧିକ ଟଙ୍କା ନେଇଥାନ୍ତି । ସେହି କ୍ରମରେ ରହିଛନ୍ତି ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ । ତାଙ୍କୁ ବଲିଉଡର ସବୁଠାରୁ ଲୋକପ୍ରିୟ ଏବଂ ଧନୀ ଅଭିନେତ୍ରୀ ବୋଲି କୁହାଯାଇଥାଏ ।
ଫିଲ୍ମ ଓମ୍ ଶାନ୍ତି ଓମ୍ ରୁ ବଲିଉଡରେ ଡେବ୍ୟୁ କରିଥିଲେ ଅଭିନେତ୍ରୀ ଦୀପିକା ପାଦୁକୋନ୍ । ଏହି ଫିଲ୍ମରେ ସେ ଅଭିନେତା ଶାହରୁଖ ଖାଁଙ୍କ ବିପରୀତରେ ନଜର ଆସିଥିଲେ । ଫିଲ୍ମଟି ସୁପରହିଟ୍ ମଧ୍ୟ ହୋଇଥିଲା । ସେଥିପାଇଁ ତାଙ୍କୁ ଫିଲ୍ମମେକର ଆୱାର୍ଡ ମଧ୍ୟ ମିଳିଥିଲା । ଏହାପରେ ଦୀପିକା ଆଉ ପଛକ ଫେରି ନାହାନ୍ତି । ଗୋଟେ ପରେ ଗୋଟେ ସୁପରହିଟ୍ ଫିଲ୍ମ ଦେଇଛନ୍ତି । ଯେପରିକି ଚେନ୍ନାଇ ଏକ୍ସପ୍ରେସ, ହ୍ୟାପି ନ୍ୟୁ ଇୟର, ପିକୁ, ପଦ୍ମାବତ ଏବଂ ତମାସା ଆଦି ।
ଫିଲ୍ମ କରିବା ସହିତ ଦୀପିକା ବିଜ୍ଞାପନ ମଧ୍ୟ କରୁଛନ୍ତି । ରିପୋର୍ଟ ମୂତାବକ, ୨୦୧୯ ମସିହାରେ ଦୀପିକା ୪୮ କୋଟି ଟଙ୍କା ଆୟ କରିଥିଲେ । ଅନେକ ନାମୀଦାମୀ ବ୍ରାଣ୍ଡ ଯେପରିକି ତନିଷ୍କ, ଟେଟଲୀ ଗ୍ରୀନ ଟି, ଲରିଆଲ ପ୍ୟାରିସ ଆଦି ରୁ ସେ ଏତେ ଆୟ କରିଥିଲେ ।
ସେହିପରି ୨୦୧୮ ମସିହାରେ ସେ ୧୧.୨୮ କୋଟି ଟଙ୍କା ଆୟ କରିଥିଲେ । ଏହି ବର୍ଷ ରେ ପଦ୍ମାବତ ଭଳି ସୁପରହିଟ୍ ଫିଲ୍ମ କରିଥିଲେ । ଏହି ଫିଲ୍ମରେ ତାଙ୍କ ବିପକ୍ଷ ନାୟକ ସାଜିଥିଲେ ସାହିଦ କପୁର । ଫିଲ୍ମ ରେ ରଣବୀର ସିଂହ ମଧ୍ୟ ପ୍ରମୁଖ ଭୂମିକାରେ ନଜର ଆସିଥିଲେ । ଫିଲ୍ମକୁ ନେଇ ଅନେକ ବିବାଦ ମଧ୍ୟ ଉପୁଜିଥିଲା । ଯେଉଁଥିପାଇଁ ଚର୍ଚ୍ଚାରେ ରହିଥିଲେ ଦୀପିକା ।