ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଫିଲ୍ମ ସମେତ ଗ୍ଲୋବାଲ ଫ୍ୟାଶନ ଇଭେଣ୍ଟରେ ବି ସାମିଲ ହୁଅନ୍ତି ଡିମ୍ପଲ ଗର୍ଲ ଦୀପିକା ପାଦୁକୋନ୍ । ସେ ତେଣିକି କାନ୍ସ ଫେଷ୍ଟିୱାଲ ହେଉ ଅବା ଅନ୍ୟ କୌଣସି ଫେଷ୍ଟିୱାଲ । ଇତି ମଧ୍ୟରେ ଦୀପିକା ଆଉ ଏକ ସଫଳତା ହାସଲ କରିଛନ୍ତି । ଆଜ୍ଞା ହଁ ଦୀପିକାଙ୍କ ନାଁ ବିଜନେସ୍ ଅଫ୍ ଫ୍ୟାସନ ର ଟପ୍ ୫୦୦ ତାଲିକାରେ ସାମିଲ ହୋଇଛି । ଏହି ତାଲିକାରେ ଦୀପିକାଙ୍କ ବ୍ୟତିତ ଇଣ୍ଡିଆନ୍ ଫ୍ୟାଶନ ଟାଇକୋନ ସଞ୍ଜିବ ଭାଲଙ୍କ ନାଁ ବି ସାମିଲ ଅଛି । ବିଜନେସ୍ ଅଫ୍ ଫ୍ୟାଶନ ୫୦୦ ତାଲିକାକୁ ଖାସ୍ କରି ପେଶାଗତ ଭାବେ ନିଆଯାଇଥାଏ ।
ଏନେଇ ବିଜନେସ୍ ଅଫ୍ ଫ୍ୟାଶନ ର ପ୍ରବକ୍ତା କହିଛନ୍ତି କି, ବଲିଉଡରେ ଅଧିକ ଆୟ କରୁଥିବା ଅଭିନେତ୍ରୀଙ୍କ ମଧ୍ୟରେ ଦୀପିକା ଆସିଥାନ୍ତି । ସେ ଆମେରିକାନ୍ ଭୋଗ୍ୟୁ ମାଗାଜିନ୍ ର କଭର ପେଜ୍ ରେ ନଜର ଆସିଥିଲେ । ଏହାବ୍ୟତିତ ଭାରତୀୟ ଡିଜାଇନର୍ସ ଏବଂ ଅନେକ ରେଡ୍ କାର୍ପେଟର ପ୍ରମୁଖ ଚେହେରା ପାଲଟିଛନ୍ତି ।
ଦୀପିକା ପାଦୁକୋନ୍ ଖୁବ୍ ଶୀଘ୍ର ଅନେକ ଫିଲ୍ମରେ ନଜର ଆସି ପାରନ୍ତି । ଯେଉଁଥିରେ ୮୩ ଏବଂ ଛପାକ ଭଳି ଫିଲ୍ମ ସାମିଲ ଅଛି । କିଛି ଦିନ ପୂର୍ବରୁ ଛପାକ୍ ର ଶୁଟିଂ ଶେଷ କରିଛନ୍ତି ଦୀପିକା । ଏହି ଫିଲ୍ମଟିକୁ ମେଘନା ଗୁଲଜାର ନିର୍ଦ୍ଦେଶନା ଦେଇଛନ୍ତି । ଏଥିରେ ଏସିଡ୍ ଆକ୍ରମଣ ପୀଡିତା ଲକ୍ଷ୍ମୀ ଅଗ୍ରୱାଲ ଭୂମିକାରେ ନଜର ଆସିବେ ଦୀପିକା ।