ମୁମ୍ବାଇ (ଏଟିଆର ବ୍ୟୁରୋ): ଦୀପିକା ପାଦୁକୋନ୍ କେବଳ ଜଣେ ସଫଳ ଅଭିନେତ୍ରୀ ତାହା ନୁହଁନ୍ତି, ବରଂ ସେ ଜଣେ କୁଶଳ ନିବେଶକ । ଫିଲ୍ମ ସାଙ୍ଗକୁ ସେ ବ୍ୟବସାୟରେ ମଧ୍ୟ ନିବେଶ କରିଥାନ୍ତି । ସେହିଅନୁଯାୟୀ ଦୀପିକା ଏବେ ଇ-ଟ୍ୟାକ୍ସି ଷ୍ଟାଟ୍ ଅପ୍ ବ୍ଲୁ ସ୍ମାର୍ଟରେ ନିବେଶ କରିଛନ୍ତି । ଚଳିତବର୍ଷ ଆରମ୍ଭରେ ଜାଣିବାକୁ ମିଳିଥିଲା କି , ଦୀପିକା ୩ ମିଲିୟନ ଡଲାର ମାନେ ପାଖାପାଖି ୨୧ କୋଟି ଟଙ୍କା ବ୍ଲ୍ୟୁ ସ୍ମାର୍ଟରେ ନିବେଶ କରିଛନ୍ତି ।
ଏଥିରେ କେବଳ ଇଲୋକ୍ଟ୍ରନିକ ବାହାନକୁ ସାମିଲ କରାଯିବ । ସେହିପରି ଗତ ସପ୍ତାହରେ ବ୍ଲୁ-ସ୍ମାର୍ଟ ସହିତ ସଂସ୍ଥାପକ ପୁନୀତ ଗୋୟଲ ଆଲୋଚନା କରିସାରିଛନ୍ତି । ସେ ଦୀପିକାଙ୍କ ନେତୃତ୍ୱ ବିଶିଷ୍ଟ ନିବେଶକ ଠାରୁ ଆହୁରି ୫ ମିଲିୟନ ଡଲାର ଅଧିକ ମିଳିବାର ଆଶା ରଖିଛନ୍ତି । ଏନେଇ ପୁନୀତ ଗୋୟଲ କହିଛନ୍ତି, ଆମ କମ୍ପାନୀକୁ ଦୀପିକା ଖୁବ୍ ପସନ୍ଦ କରନ୍ତି । ସେ ଜାଣିଛନ୍ତି କି ଆମ କାର ଯାତ୍ରା ପାଇଁ ସୁରକ୍ଷିତ ଅଟେ ।
ସମସ୍ତ ଗାଡି ଇଲେକ୍ଟ୍ରିକ ସିଷ୍ଟମ ବିଶିଷ୍ଟ । ଏହାର ସୁରକ୍ଷା ମାନକ ବହୁତ ଉଚ୍ଚତ୍ତମ । ଏହି କାର୍ କାର୍ବନ ଏମିଶନ୍ ବିଲକୁଲ୍ କରେ ନାହିଁ । ଦୀପିକା ଏଥିରେ ନିବେଶ କରିବା ପରେ କମ୍ପାନୀର ବ୍ରାଣ୍ଡ ଭାଲ୍ୟୁ ଅଧିକ ବଢିଯାଇଛି ।