ମୁମ୍ବାଇ (ଏଟିଆର ବ୍ୟୁରୋ): ବଲିଉଡ ନିର୍ଦ୍ଦେଶକ ସଞ୍ଜୟ ଲିଳା ଭଂସାଳି ତାଙ୍କର ନୂତନ ଫିଲ୍ମ ‘ଇଂଶାଅଲ୍ଲହା’ କୁ ନେଇ ଲଗାତର ଭାବେ ଚର୍ଚ୍ଚାରେ ରହି ଆସୁଛନ୍ତି । ଏହି ଫିଲ୍ମରେ ଅଭିନେତା ସଲମାନ୍ ଖାନ୍ ନଜର ଆସିବେ କିନ୍ତୁ ଏପର୍ଯ୍ୟନ୍ତ ଫିଲ୍ମ ପାଇଁ ଅଭିନେତ୍ରୀ ବଛା ହୋଇ ନାହାନ୍ତି । ପ୍ରତ୍ୟେକ ଫିଲ୍ମରେ ଅଭିନେତ୍ରୀଙ୍କୁ ନେଇ ଦ୍ୱିବିଧା ରହିଥାଏ ।
ସେପଟେ ସଞ୍ଜୟ ତାଙ୍କର ଆଉ ଏକ ଫିଲ୍ମ ସାହିର ଲୁଧିୟାନବୀର ବାୟୋପିକରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମରେ ଅଭିଶେକ ବଚ୍ଚନଙ୍କ ବିପକ୍ଷରେ ତାପସୀ ପନ୍ନୁ ନଜର ଆସିବେ ବୋଲି ଶୁଣିବାକୁ ମିଳୁଛି । କିନ୍ତୁ ତାପସୀଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ଏହି ଫିଲ୍ମରେ ତାପସୀଙ୍କ ପତା କଟିପାରେ । କିଛି ଦିନ ପୂର୍ବରୁ ଏହି ଫିଲ୍ମ ପାଇଁ ତାପସୀଙ୍କୁ ବଛା ଯାଇଥିଲା, କିନ୍ତୁ ଏବେ ଲାଗୁଛି କି ତାଙ୍କୁ ଫିଲ୍ମରୁ ବାଦ୍ କରାଯିବ ।
ରିପୋର୍ଟ ମୁତାବକ, ଏହି ଫିଲ୍ମ ପାଇଁ ଦୀପିକା କାମ କରି ପାରନ୍ତି । ସେଥିପାଇଁ ତାଙ୍କ ଗୋଟେ ସର୍ତ୍ତ ମଧ୍ୟ ରହିଛି । ପ୍ରକୃତରେ ଫିଲ୍ମର ଟାଇଟଲରେ ସାହିର ଲୁଧିୟାନବୀ ନୁହେଁ ବରଂ ଅମୃତା ପ୍ରିତମଙ୍କ ନାଁକୁ ଗୁରୁତ୍ୱ ଦିଆଯାଉ ବୋଲି ଦୀପିକା ଚାହୁଁଛନ୍ତି । ଦୀପିକାଙ୍କର ଏହି ସର୍ତ୍ତକୁୁ ହୁଏତ ଭଂସାଳି ଏଡାଇ ନପାରନ୍ତି ।
ଖବର ମୁତାବକ, ତାପସୀ ଏବଂ ଦୀପିକାଙ୍କ ବ୍ୟତିତ ଏହି ଫିଲ୍ମ ପାଇଁ ପୂର୍ବରୁ ପ୍ରିୟଙ୍କା ଚୋପ୍ରା, ଐଶ୍ଚର୍ଯ୍ୟା ରାୟ ବଚ୍ଚନ ଏବଂ ଆଲିଆ ଭଟ୍ଟଙ୍କ ନାଁ ଶୁଣିବାକୁ ମିଳୁଥିଲା ।