ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବଲିଉଡ ଷ୍ଟାର ଦମ୍ପତି ଦୀପିକା ପାଦୁକୋନ ଏବଂ ରଣବୀର ସିଂ ପରସ୍ପରଠୁ ଅଲଗା ହେବା ଖବର ଫ୍ୟାନ୍ସମାନଙ୍କୁ ଚକିତ କରିଦେଇଥିଲା । ଏକ ଟ୍ୱିଟରେ ଦାବି କରାଯାଇଥିଲା କି ଦୀପିକା ଏବଂ ରଣବୀରଙ୍କ ସମ୍ପର୍କରେ ତିକ୍ତତା ଆସିଛି ଯେଉଁଥି ପାଇଁ ଦୁହେଁ ଦୁହିଁଙ୍କଡୁ ଅଲଗା ହେବାର ନିଷ୍ପତି ନେଇଛନ୍ତି । ଅବଶ୍ୟ ସୋସିଆଲ ମିଡିଆ ଜରିଆରେ ଏହି ଗୁଜବକୁ ଦୂର କରାଯାଇଥିଲା । କିନ୍ତୁ ପୁଣିଏହି ଖବରକୁ ନେଇ ଏବେ ମୁହଁ ଖୋଲିଛନ୍ତି ଦୀପିକା ପାଦୁକୋନ୍ ।
ସେ କହିଛନ୍ତି କି, କାମ ପାଇଁ ମୁଁ ଆଉ ରଣବୀର ଦୀର୍ଘ ସମୟରୁ ଘରଠୁ ଦୂରରେ ଅଛୁ । ଗୋଟେ ସପ୍ତାହ ପାଇଁ ମୋ ସ୍ୱାମୀ ଏକ ମ୍ୟୁଜିକ କଂସର୍ଟରେ ଥିଲେ ଏବଂ ସେ ଏବେ ଫେରୁଛନ୍ତି । ଫେରିବା ପରେ ସେ ମୋତେ ଦେଖି ଖୁବ୍ ଖୁସୀ ହେବେ ।